22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶୟୁନୁସ୍‌ଙ୍କ ଘର ବାହାରେ ବଡ଼ଧରଣର ସଂଘର୍ଷ

ୟୁନୁସ୍‌ଙ୍କ ଘର ବାହାରେ ବଡ଼ଧରଣର ସଂଘର୍ଷ

ଢ଼ାକା: ଶୁକ୍ରବାର ବାଂଲାଦେଶର ରାଜଧାନୀ ଢାକାରେ ସରକାରୀ କର୍ମଚାରୀ ଏବଂ ପୁଲିସ୍ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ହୋଇଛି। ଏଥିରେ ଅନେକ ସରକାରୀ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ହଜାର ହଜାର ସଂଖ୍ୟକ ସରକାରୀ କର୍ମଚାରୀମାନେ ଦୀର୍ଘ ସମୟ ଧରି ୯ମ ଜାତୀୟ ଦରମା ଲାଗୁ କରିବା ନେଇ ଦାବି କରିଆସୁଛନ୍ତି। ତେବେ ଆଜି ଅର୍ଥାତ୍ ଶୁକ୍ରବାର ଦିନ ହଜାର ହଜାର ସଂଖ୍ୟକ ସରକାରୀ କର୍ମଚାରୀମାନେ ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଢ଼ାକା ସ୍ଥିତ ସରକାରୀ ବାସଭବନ ‘ଜମୁନା’ ବାହାରେ ଏକତ୍ର ହୋଇ ପ୍ରତିବାଦ କରିବାକୁ ଉଦ୍ୟମ କରିଥିଲେ। ପୁଲିସ୍ ଏଠାରେ ଲଗାଇଥିବା ବ୍ୟାରିକେଡ୍‌କୁ ଭାଙ୍ଗି ପ୍ରତିବାଦକାରୀ କର୍ମଚାରୀମାନେ ଆଗକୁ ବଢ଼ିବାକୁ ଚେଷ୍ଟା କରିବା ସମୟରେ ସୁରକ୍ଷାକର୍ମୀମାନେ ଏମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ସୁରକ୍ଷା କର୍ମୀମାନେ ପ୍ରତିବାଦକାରୀମାନଙ୍କୁ ଘଉଡାଇବା ପାଇଁ ଲାଠି ଚାର୍ଜ ମଧ୍ୟ କରିଥିଲା। ଫଳରେ ସରକାରୀ କର୍ମଚାରୀମାନେ ବାଧ୍ୟ ହୋଇ ପୁଲିସ୍ କର୍ମଚାରୀମାନଙ୍କୁ ଟେକାପଥର ମାଡ଼ କରିଥିଲେ। ଫଳରେ ୟୁନୁସ୍‌ଙ୍କ ଘର ସମ୍ମୁଖରେ ଏକ ଉତ୍ତେଜନା ପୂର୍ଣ୍ଣ ସଂଘର୍ଷ ଘଟିଥିଲା।

ଶୁକ୍ରବାର ସକାଳେ, ଦେଶର ବିଭିନ୍ନ ସ୍ଥାନରୁ ପ୍ରତିବାଦକାରୀମାନେ ସହିଦ ମୀନାରରେ ଏକାଠି ହୋଇ ଯମୁନା ଅଭିମୁଖେ ଯାତ୍ରା କରିଥିଲେ। ସେମାନେ ନବମ ଜାତୀୟ ବେତନ କମିଶନ ରିପୋର୍ଟ ଉପରେ ଆଧାରିତ ତୁରନ୍ତ ଗେଜେଟ୍ ଜାରି କରିବା ଏବଂ ଦରମା ବୃଦ୍ଧି ଦାବି କରୁଥିଲେ। ପ୍ରାୟ ୧୧:୩୦ ସମୟରେ, ଶାହବାଗ ଅଞ୍ଚଳରେ ବିକ୍ଷୋଭକାରୀମାନେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବା ଆରମ୍ଭ କଲେ। ତା’ପରେ ପୋଲିସ ପାଣି ତୋପ, ଲୁହ ଗ୍ୟାସ୍‌, ଶବ୍ଦ ଗ୍ରେନେଡ୍ ବ୍ୟବହାର କଲା ଏବଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ ମଧ୍ୟ କଲା। ବିକ୍ଷୋଭକାରୀମାନଙ୍କୁ ଯମୁନା ପହଞ୍ଚିବାକୁ ରୋକିବା ପାଇଁ ସେନା କର୍ମଚାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ସଂଘର୍ଷ ସମୟରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ମାସୁଦ ଆଲମ ଜଣେ ପ୍ରତିବାଦକାରୀଙ୍କୁ ନିର୍ବାଚନ ବାଧାପ୍ରାପ୍ତ କରିବା ଉଦ୍ଦେଶ୍ୟରେ ଜମୁନା ଆସିଥିଲେ କି ବୋଲି ପଚାରିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଗଲା। ୟୁନୁସ୍‌ଙ୍କୁ ଏପ୍ରକାର ଏକ ସଂଘର୍ଷର ସାମ୍ନା ଏପରି ଏକ ସମୟରେ ଘଟିଛି ଯେତେବେଳେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ଆଉ ମାତ୍ର ୬ ଦିନ ହିଁ ବାକି ରହିଛି। ଅଗଷ୍ଟ ୨୦୨୪ରେ ଦେଶରେ ଜେନ୍‌-ଜେଡ୍‌ଙ୍କ ହିଂସାତ୍ମକ ବିକ୍ଷୋଭ ମଧ୍ୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେବାକୁ ଏବଂ ନିଜ ଦେଶ ଛାଡି ଭାରତ ପଳାଇବାକୁ ବାଧ୍ୟ ହୋଇଥିଲେ। ସେବେଠାରୁ ବାଂଲାଦେଶରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର କାର୍ଯ୍ୟ କରିଆସୁଥିବା ବେଳେ ସମ୍ପ୍ରତି ଆଗକୁ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଅନ୍ୟପକ୍ଷେ ସରକାରୀ କର୍ମଚାରୀମାନେ କହିଛନ୍ତି ଯେ, ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହେ, ତେବେ ଏହାର ଗମ୍ଭୀର ରାଜନୈତିକ ପରିଣାମ ହୋଇପାରେ। ଆକ୍ରମଣ ବନ୍ଦ ନ ହେଲେ ଜଣେ ପ୍ରତିବାଦକାରୀ ନିର୍ବାଚନ ବର୍ଜନ କରିବାକୁ ଧମକ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking