24.1 C
Bhubaneswar
Friday, February 6, 2026
Homeଓଡିଶାକୋର୍ଟକୁ ବୋମା ଧମକ; ରାଜ୍ୟ ସରକାର ହାଲୁକା ଭାବେ ନ ନିଅନ୍ତୁ: ନବୀନ

କୋର୍ଟକୁ ବୋମା ଧମକ; ରାଜ୍ୟ ସରକାର ହାଲୁକା ଭାବେ ନ ନିଅନ୍ତୁ: ନବୀନ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ କୋର୍ଟକୁ ବୋମା ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯାଇଥିଲା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ଖାନ ତଲାସୀ ଆରମ୍ଭ କରିଥିଲେ । ଏହାରି ଭିତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକାଶ କରି ନିଜ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ପୋଷ୍ଟ କରିଛନ୍ତି ଯେ, ପୁଣି କଟକ, ପୁରୀ, ଫୁଲବାଣୀ ଓ ଯାଜପୁର ଜିଲ୍ଲା କୋର୍ଟକୁ ବୋମା ଧମକ ଆସିଥିବା ବିଷୟରେ ଜାଣି ମୁଁ ବେଶ ଚିନ୍ତିତ । ଏଇ କିଛି ଦିନ ତଳେ ସମ୍ବଲପୁର, କଟକ ଓ ଦେବଗଡ ଜିଲ୍ଲା କୋର୍ଟକୁ ବୋମା ଧମକ ଆସିଥିଲା । ହେଲେ ଏ ଯାଏଁ ଏପରି ମେଲ୍ କେଉଁଠୁ ଆସୁଛି, ଏଥିରେ କାହାର ସମ୍ପୃକ୍ତି ଅଛି ତାହା ପୋଲିସ ଲୋକଲୋଚନକୁ ଆଣି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଆହୁରି ପୋଷ୍ଟ କରିଛନ୍ତି ଯେ, ଏପରି ସମ୍ବେଦନଶୀଳ ଘଟଣାକୁ ରାଜ୍ୟ ସରକାର ହାଲୁକା ଭାବେ ନ ନିଅନ୍ତୁ । ନ୍ୟାୟିକ ପ୍ରତିଷ୍ଠାନଗୁଡିକର ସୁରକ୍ଷା ସମେତ ବିଚାରପତି, ଓକିଲ, ମକଦ୍ଦମାକାରୀ , କୋର୍ଟ କର୍ମଚାରୀ ତଥା ସାଧାରଣ ଜନତାଙ୍କ ନିରାପତ୍ତାକୁ ବିପନ୍ନ କରାନଯାଉ । ମିଳିଥିବା ଧମକର ତ୍ୱରିତ ପୁଙ୍ଖାନୁପୁଙ୍ଖ ଏବଂ ଉପଯୁକ୍ତ ଯାଞ୍ଚ କରାଯାଉ । ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଠାବ କରି ଘଟଣାର ନିଷ୍କର୍ସ ସର୍ବସମ୍ମୁଖକୁ ଅଣାଯାଉ । ଜନସାଧାରଣଙ୍କୁ ଗୁଜବ ପ୍ରଚାରରୁ ଦୂରେଇ ରହିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking