26.1 C
Bhubaneswar
Wednesday, February 4, 2026
Homeଓଡିଶାଛାତ୍ର ମୃତ୍ୟୁ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ଛାତ୍ର ମୃତ୍ୟୁ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ: ପଞ୍ଚମ ଶ୍ରେଣୀ ଛାତ୍ରଙ୍କ କ୍ଷତାକ୍ତ ମୃତଦେହ ଘର ନିକଟ କୂଅରୁ ମୃତଦେହ ମିଳିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବେଲପଡା ପ୍ରାଥମିକ ବିଦ୍ୟାଳୟର ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୀଷା ସେନାପତି, ସହକାରୀ ଶିକ୍ଷୟିତ୍ରୀ ଶୈଳବାଳା ଦେଇ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କଲେ ଗଣିଆ ବିଇଓ । ସୂଚନାଥାଉକି,  ପଞ୍ଚମ ଶ୍ରେଣୀ ଛାତ୍ର ଜଣଙ୍କ ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ଶୌଚ ଯିବାକୁ କହି ଆଉ ଫେରିନଥିଲେ। ବହୁ ଖୋଜାଖୋଜି ପରେ ଛାତ୍ରଙ୍କର କୌଣସି ଖୋଜ ଖବର ମିଳିନଥିଲା। ପରେ  ମୃତଦେହ ଘର ନିକଟ କୂଅରୁ ମିଳିଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ରାସ୍ତା ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ  ପହଞ୍ଚି  ତଦନ୍ତ ଆରମ୍ଭ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking