21.1 C
Bhubaneswar
Tuesday, February 3, 2026
Homeଓଡିଶାମୁନ୍ଦିଏ ପାଣି ଦେବାକୁ ଅସମର୍ଥ, ବିକଶିତ ଭାରତ ଗଢ଼ିବେ କେମିତି: ଭକ୍ତ?

ମୁନ୍ଦିଏ ପାଣି ଦେବାକୁ ଅସମର୍ଥ, ବିକଶିତ ଭାରତ ଗଢ଼ିବେ କେମିତି: ଭକ୍ତ?

ଦୁଷିତ ପାଣିଯୋଗୁଁ ଯାଜପୁର ଜିଲ୍ଲା ପାଲଟପୁର ପଞ୍ଚାୟତରେ ମହାମାରୀ ଅବସ୍ଥା
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ପଞ୍ଚାୟତକୁ ଗସ୍ତକରି ପିସିସି ସଭାପତି ଭକ୍ତ ଚରଣ ଦାସ ସେଠାରେ ଦେଖାଦେଇଥିବା ବିଷୁଦ୍ଧ ପାନୀୟଜଳ ସଂକଟ ବିଷୟରେ ସ୍ଥିତି ଅନୁଧ୍ୟାନ କରିସାରି ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ବୋଧିତ କରି କହିଲେ ସେଠାରେ ପଦୁଷିତ ପାଣି ବ୍ୟବହାର କରି ୧୨୦ ଜଣ କ୍ୟାନସର ଏବଂ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କଲେଣି । ସେଠାକାର ଜନତା ୨୦୧୮ ମସିହାରୁ ୨୦୨୬ ପର୍ଯ୍ୟନ୍ତ ପାଣି ମୁନ୍ଦିଏ ପାଇଁ ଆନ୍ଦୋଳନ କରି ଆସୁଛନ୍ତି । ପାଲଟପୁରର ମୋଟ ଜନସଂଖ୍ୟା ୬୮୪୧ ଏବଂ ୫ଟି ରାଜସ୍ୱଗ୍ରାମ ପାଲଟପୁର, ମୁରାରୀପୁର, ନିଳକଣ୍ଠପୁର, ବିନ୍ଧାଣୀପୁର, ସାଠିବାଲି । ବର୍ତ୍ତମାନ ୨୦ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ପରୀକ୍ଷା ପାଇଁ ୮୨୭ ଟି ନଳକୂପରୁ ସାମ୍ପୁଲ ନିଆଯାଇଥିଲା । ସେଥିରୁ ୪୨ଟି ନଳକୂପର ନମୂନା ମିଳିନଥିବା ବେଳେ ୧୬୦ଟି ରିପୋର୍ଟ ଆସିଲା ଏବଂ ସେଥିରୁ ୯୦ ଟି ନଳକୂପର ନମୂନା ପରୀକ୍ଷଣରୁ ଆର୍ସେନିକ, ଲିଡ, ମାଗ୍ନେସିୟମ, ଆଇରନ ଭଳିଆ ରସାୟନିକ ପଦାର୍ଥ ମିଳିଥିଲା । ଏଭଳି ବିଷାକ୍ତ ପାଣି ବ୍ୟବହାର କରି ବିଗତ ୧୦ ବର୍ଷରେ ନିର୍ଦ୍ଦୋଷ ସ୍ୱାମୀ-ସ୍ତ୍ରୀ, ଯୁବକ-ଯୁବତୀ, ଛୋଟଛୁଆ ଅସହାୟ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ପାଣି ଯୋଗାଣକୁ ନେଇ କେବଳ ଆଲୋଚନା ଚାଲିଛି । ବିଗତ ସରକାର ମଧ୍ୟ କିଛି ପଦକ୍ଷେପ ନେଇନଥିଲା ଏବଂ ବର୍ତ୍ତମାନର ସରକାର ସଂପୂର୍ଣ୍ଣ ଚକ୍ଷୁ ମୁନ୍ଦି ଦେଇଛି । ମୁଁ ପାଲଟପୁରରୁ ଫେରିଲା ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ସ୍ଥିତି ବିଷୟରେ ଜଣାଇ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲି । ଗତକାଲି ସ୍ଥାନୀୟ ସରପଞ୍ଚ ଚନ୍ଦ୍ର ବାବୁ ଏବଂ ଅନ୍ୟ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଡକାଇ ଗୋଟିଏ ମାସ ମଧ୍ୟରେ ଟ୍ୟାପ ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେ ଦାବି କରୁଛୁ ପଞ୍ଚାୟତର ଜନତାଙ୍କର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ । ନହେଲେ ଆକ୍ରାନ୍ତ ହୋଇ ପ୍ରାଣ ହାରିବାର ସମ୍ଭାବନା ଅଛି । ଜନସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସଚେତନ କରୁଛକି? ଜଳ ଯୋଗାଣ ମନ୍ତ୍ରୀ କ’ଣ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏସବୁର ଆଲୋଚନା କରିଛନ୍ତି କି? ଆଧୁନିକ ଭାରତରେ ବିଷାକ୍ତ ପାଣି ପିଇ ଲୋକେ ମରୁଛନ୍ତି । ସରକାର ଉତ୍ତରଦାୟୀ ହେବେନାହିଁ କାହିଁକି? ସାଧାରଣ ମୁନ୍ଦିଏ ବିଶୁଦ୍ଧ ପାଣି ଯୋଗାଇ ପାରୁନାହଁ ଏଭଳି ପରିସ୍ଥିତିରେ ବିକଶିତ ଭାରତ ଗଢ଼ିବ କେମିତି? ଏହା ସାଧାରଣ ସମସ୍ୟା ନୁହେଁ ଯଦି ସାଧାରଣ ପାଣି ଟିକିଏ ଯୋଗାଇ ପାରୁନାହଁ ତେବେ ତୁମେ କ’ଣ କରିପାରିବ? ଏହା ଏକ ମୌଳିକ ଅଧିକାରର ପ୍ରଶ୍ନ । ଏହା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପଚରାଯାଇପାରେ । ବିଷାକ୍ତ ପାଣି ଓ ବିଷାକ୍ତ ମଦ ପିଇ ଲୋକେ ମରୁଛନ୍ତି କିନ୍ତୁ ତୁମେ ହାତ ଟେକିଦେଇଛ । କୋରାପୁଟ ଜିଲ୍ଲା ଜୟପୁର ସହର ପାଖ ସାନକଉଡି ଗାଁରେ ଲୋକେ ବିଷାକ୍ତ ମଦପିଇ ୪୦୦ ମହିଳା ବିଧବା ହେଲେଣି । ଏହାକଣ ସମସ୍ୟା ନୁହେଁ । ସମସ୍ତ ପ୍ରଶାସନ କଳ ଥିବା ସତ୍ୱେ ସାଧାରଣ ପିଇବାପାଣି ଯୋଗାଣ ହେଇପାରୁ ନାହିଁ କାହିଁକି? ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଥିବା ସମସ୍ତ ନଳକୂପର ପରୀକ୍ଷା କରାଯାଉ ଏବଂ ବିଧିବଦ୍ଧ ଭାବରେ ପ୍ରତିଶେଧାତ୍ମକ କାର୍ଯ୍ୟଗ୍ରହଣ କରାଯାଉ ।

ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦୌପ୍ରଦୀ ମୁର୍ମୁଙ୍କ ଯାଜପୁର ଗସ୍ତକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ଯାଜପୁର ଜିଲ୍ଲାରେ ଘଟୁଥିବା ବିଶୁଦ୍ଧ ପାଣି ସମସ୍ୟାକୁ ଟ୍ୟାପ ପାଣି ଯୋଗାଇ ଏବଂ ଅଞ୍ଚଳର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସମାଧାନ କରାଗଲେ ରାଷ୍ଟ୍ରପତିଙ୍କ ଗସ୍ତ ଅଧିକ ଗରିମାମୟ ହୋଇପାରନ୍ତା ବୋଲି ଶ୍ରୀ ଦାସ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପାଲଟପୁର ପଞ୍ଚାୟତର ସରପଞ୍ଚ ଲିପିକା ମଲ୍ଲିକ ଅଞ୍ଚଳର ସମସ୍ତ ତଥ୍ୟ ପ୍ରଦାନ କରିବା ସହ ବାରମ୍ବାର ଅନୁରୋଧ ଏବଂ ଦାବି ସତ୍ୱେ ପ୍ରଶାସନ ଏବଂ ସରକାର କିପରି ଅବହେଳା କରୁଛି ପ୍ରକାଶ କରିଥିଲେ । କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ଘଟଣାର ସଂପୂର୍ଣ୍ଣ ବର୍ଣ୍ଣନା କରିଥିଲେ । ଯାଜପୁର ଜିଲ୍ଲା ସଭାପତି ମାଗୁଣି ଜେନା ଓ କଂଗ୍ରେସ ନେତା ଭରତ ବାବୁ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking