ରାଉରକେଲା: ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ‘ପ୍ରଭୁ’ । ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କଲା । ଝାଡଖଣ୍ଡ ଛୋଟନଗରା ଅଞ୍ଚଳର ମାଓବାଦୀ ‘ପ୍ରଭୁ’ । ଏକ ମାଓବାଦୀ ଗରିଲା ଶିବିରର ସକ୍ରିୟ ସଦସ୍ୟ ଥିଲେ ପ୍ରଭୁ । ସୀମାନ୍ତ ଅଞ୍ଚଳରେ ମାଓ ପ୍ରଭାବକୁ ଦୁର୍ବଳ କରିବା ପାଇଁ ଚାଲିଥିବା ପ୍ରୟାସରେ ପ୍ରଭୁର ଆତ୍ମସମର୍ପଣ ଆଉ ଏକ ସଫଳତା । ପ୍ରଭୁଙ୍କ ଆତ୍ମସମର୍ପଣ ଏହି ଅଞ୍ଚଳରେ ମାଓ କାର୍ଯ୍ୟକଳାପ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ ବୋଲି ପୋଲିସର ଆଶା ।










