ଢେଙ୍କାନାଳ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍। ଏତଲାକାରୀ ନାବାଳିକାର ଜେଜେମା କଙ୍କଡ଼ାହାଡ଼ ଥାନାରେ ୨୨।୧୦।୨୦୨୪ରେ ରିପୋର୍ଟ ଦେଇଥିଲେ କି, ଅପରାହ୍ନ ୩ଟା ବେଳେ ତାଙ୍କ ୯ବର୍ଷର ନାତୁଣୀ କାଠପାଳ ଦୋକାନକୁ ସଉଦା ପାଇଁ ଯାଇଥିଲା। ସଉଦା ଆଣି ଘରକୁ ଫେରୁଥିବା ବେଳେ ତାଙ୍କ ଗ୍ରାମର ବିରଞ୍ôଚ ବାଙ୍କିରା ପିତା ଅର୍ଜୁନ ବାଙ୍କିର ବାଟରେ ଭେଟିଥିଲା। ଘରକୁ ଛାଡି ଦେବାକୁ କହି ମୋଟରସାଇକେଲରେ ବସାଇ ଆଣି ବାଟରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ଫଳରେ ନାବାଳିକା କଷ୍ଟ ଅନୁଭବ କରିବାରୁ ଚିତ୍କାର କରିଥିଲା। ଅଭିଯୁକ୍ତ ବିରଞ୍ôଚ ନାବାଳିକାକୁ ଦୁଷ୍କର୍ମ କରି ବଡ଼ିଆପିଟା କରିଥିଲା ଓ ଏକଥା କାହା ଆଗରେ କହିଲେ ଜୀବନରୁ ମାରି ଶେଷ କରିଦେବ ବୋଲି ଧମକ ଦେଇଥିଲା। ନାବାଳିକା ଘରକୁ ଫେରି ତାର ଜେଜେମା’କୁ କାନ୍ଦି କାନ୍ଦି କହିଥିଲା। ଏବଂ ତାର ଜେଜେମା କଙ୍କଡ଼ାହାଡ଼ ଥାନାରେ ଏତଲା ଦେବା ଫଳରେ କଙ୍କଡ଼ାହାଡ଼ ଥାନା କେସ ନ ୨୧୯/୨୦୨୪ ଦଫା ୬୫(୨)/୧୫୫(୨)/୩୫୧(୨) ବିଏନ୍ଏସ୍ ଏବଂ ଦଫା ୬ ପସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। କଙ୍କଡ଼ାହାଡ଼ ଥାନା ଅଧିକାରୀ କଳ୍ପନା ବେହେରା ଆସାମୀ ବିରିକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଚାର୍ଜ ସିଟ ଦାଖଲ ପରେ ମାମଲାର ବିଚାର ସିଟି.ସ୍ପେସିଆଲ କେସ ନ ୪୬/୨୦୨୪ରେ ବିଚାର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା କୋର୍ଟର ବିଚାରପତି ସୁଶିଲ କୁମାର ସାହୁଙ୍କ ଅଦାଲତରେ ଚାଲିଥିଲା। ଗତକାଲି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ ସୁଶିଲ କୁମାର ସାହୁ ପୀଡିତା ସହ ୨୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ଦସ୍ତାବୀଜକୁ ଆଧାର କରି ଆସାମୀ ବିରଞ୍ôଚ ବାଙ୍କିରାଙ୍କୁ ୨୦ ବର୍ଷ ଜେଲ୍ ସହିତ ୨୦ ହଜାର ଟଙ୍କା ଜୋରିମନା ଅନାଦେୟ ଅଧିକ ଛଅ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟ ପ୍ରଦାନ କରିଛନ୍ତି। ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଗଣେଶ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ କ୍ୟାଡର ଅଡିସନାଲ ପିପି ଦାଇତ୍ୱରେ ଥିବା ସ୍ମିତା ପଟ୍ଟନାୟକ ମାମଲାର ପରିଚାଳନା କରୁଥିଲେ।










