ଭୁବନେଶ୍ୱର: ରାଜ୍ୟରେ ବ୍ୟାନ ହେବନି ପାନ ମସଲା । ସିଟି ଆଣ୍ଡ ଜିଏସଟି ଓ ଅର୍ଥ ବିଭାଗକୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ପାନ ମସଲାରେ ଟବାକୋ ଓ ନିକୋଟିନ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଚିଠି ଲେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି। ସୂଚନାଥାଉକି, ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ସମ୍ବନ୍ଧୀୟ ଦ୍ରବ୍ୟରେ ନିକୋଟିନ ଥିବାରୁ କ୍ରୟ ଏବଂ ବିକ୍ରୟ ନିଷେଧ କରିଥିଲେ । ଏନେଇ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରି ନିଷେଧ ଘୋଷଣା କରାଯାଇଥିଲା । ଏହା ଖାଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ, ବିଶେଷକରି ଏହି ନିଶା ଦ୍ରବ୍ୟ ସେବନ କରି ଯୁବପିଢ଼ି ନିଜର ହିତାହିତ ଜ୍ଞାନ ଭୁଲି ଅମାନୁଷିକ କାଣ୍ଡ ଘଟାଉଛନ୍ତି, ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ଉତ୍ତମ ପଦକ୍ଷେପ ନିଆଯାଇଥିଲା । ହେଲେ ଆଜି ଚିଠିରେ କୁହାଯାଇଛି ଯେ, ନିକୋଟିନ ନଥିବା ହେତୁ ରାଜ୍ୟରେ ଆଉ ବ୍ୟାନ ହେବ ନାହିଁ ପାନ ମସଲା ।










