ରାୟଗଡା: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ରାୟଗଡା ଜିଲ୍ଲା କୁମ୍ବିକୋଟା ଫାଣ୍ଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ରାୟଗଡା ବ୍ଲକ ନାକଟି ପଞ୍ଚାୟତ ଇର୍ପିପୁଟ ଗ୍ରାମର ରଘୁ ମେଲେକା ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ପତ୍ନୀ ମଲତା ମେଲେକାଙ୍କୁ (୫୧ବର୍ଷ) ଟାଙ୍ଗିଆ ହାଣି ହତ୍ୟା କରିଛି। କୌଣସି କାରଣକୁ ନେଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମଲତା ଶୋଇଥିବା ଅବସ୍ଥାରେ ବେକ ଓ ମୁଣ୍ଡକୁ ହାଣିଦେଇଥିଲା। ଘଟଣାସ୍ଥଳରେ ହିଁ ମଲତାଙ୍କ ମୃତ୍ୟୁ ହୋଇଯାଇଥିଲା।
ହତ୍ୟାକାଣ୍ଡ ସଂପର୍କରେ କୁମ୍ବିକୋଟା ଫାଣ୍ଡିରେ ପରିବାରବର୍ଗଙ୍କ ଠାରୁ ସୂଚନା ପାଇ ରାୟଗଡ଼ା ଏସ୍ଡିପିଓ ଗୌରହରୀ ସାହୁ, ରାୟଗଡ଼ା ଆଇଆଇସି ପ୍ରସନ୍ନ କୁମାର ବେହେରା, ଫାଣ୍ଡି ଅଧିକାରୀ ଗିଆସଉଦ୍ଦୀନ ଖାନ ଓ ଅନ୍ୟ ଅଧିକାରୀମାନେ ଆଜି ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ହତ୍ୟାକାରୀ ସ୍ବାମୀ ରଘୁ ମେଲେକାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ପୁଲିସ ଜବତ କରିଛି। ହତ୍ୟା ପଚାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ।










