17.1 C
Bhubaneswar
Monday, February 2, 2026
Homeଓଡିଶାଟ୍ରେନ୍ ଦୁର୍ଘଟଣାରେ ଯୁବକ ଗୁରୁତର

ଟ୍ରେନ୍ ଦୁର୍ଘଟଣାରେ ଯୁବକ ଗୁରୁତର

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନରେ ବଡ ଅଘଟଣ । ଟ୍ରେନ୍ ଦୁର୍ଘଟଣାରେ ଯୁବକ ଗୁରୁତର । ଗୁରୁତରଙ୍କୁ ଗଞ୍ଜାମ ଜିଲ୍ଲାର ରମ୍ଭା ଅଞ୍ଚଳର ସନ୍ତୋଷ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳେ ପ୍ରାୟ ୬:୩୦ ସମୟରେ ପ୍ଲାଟଫର୍ମ – ୨ରେ ଏକ ଟ୍ରେନ୍ ସନ୍ତୋଷଙ୍କ ଉପରେ ଚଢିଯୁବାରୁ ସେ କୌଣସି ପ୍ରକାରେ ଟ୍ରାକ୍‌ରେ ଫସି ଯାଇଥିଲେ । ଫଳରେ ତାଙ୍କର ଗୋଡ କଟି ସେ ଗୁରୁତର ହୋଇଯାଇଥିଲେ । ଘଟଣା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଏସସିସ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଏହି ଘଟଣା ପାଇଁ କିଏ ଦାୟୀ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking