ନୂଆଦିଲ୍ଲୀ: ଆତଙ୍କବାଦ ମୂଳୋତ୍ପଟୋନ ହେବା ନେଇ ରାଷ୍ଟ୍ରପତି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନା ନିଜ ଶୌର୍ଯ୍ୟ ଦେଖାଇଲା । ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କଲେ ଭାରତୀୟ ଯବାନ । ଦେଶ ଉପରେ ହେଉଥିବା ଆତଙ୍କୀ ହମଲାର କଡା ଜବାବ ଦିଆଗଲା । ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଛୁ । ଆତଙ୍କବାଦ ବିରୋଧୀ ଲଢେଇରେ ଏହା ଆମର ଅଂଶ ବିଶେଷ । ସୁରକ୍ଷାକୁ ଆହୁରି ମଜଭୁତ କରିବାକୁ ମିଶନ ସୁଦର୍ଶନ ଚକ୍ର କାମ ଚାଲିଛି । ନକ୍ସଲ ବି ସମାପ୍ତ ହେବାକୁ ଯାଉଛି , ଏବେ କେବଳ ୮ ଜିଲ୍ଲାରେ ସୀମୀତ । ବର୍ଷକରେ ୨ ହଜାରରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆଉ ବେଶୀ ଦିନ ନୁହେଁ, ଦେଶରୁ ଆତଙ୍କବାଦ ପୂରା ସମାପ୍ତ ହେବ । ସରକାରଙ୍କ ପ୍ରଗତିଶୀଳ ଚିନ୍ତାଧାରା ଯୋଗୁଁ ସବୁ କ୍ଷେତ୍ରରେ ନାରୀ ଆଗରେ । ନିକଟରେ ମହିଳା କ୍ୟାଡେଟର ପ୍ରଥମ ବ୍ୟାଚ ଏନଡିଏରୁ ପାସ ଆଉଟ ହେଲେ । ଭାରତକୁ ଆତ୍ମନିର୍ଭର କରିବାକୁ ମୋ ସରକାର ନିରନ୍ତର ଉଦ୍ୟମ କରୁଛି । ଆଜି ଭାରତୀୟ ଉତ୍ପାଦ ବିଶ୍ୱର ବିଭିନ୍ନ ବଜାରରେ ପହଞ୍ଚୁଛି । ସ୍ୱଦେଶୀକୁ ନେଇ ଭାରତୀୟଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି ।










