27.8 C
Bhubaneswar
Sunday, June 21, 2026
Homeଦେଶ ବିଦେଶଅଜିତ ପାୱାରଙ୍କ ମୃତ୍ୟୁ: ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କଲେ ଦେବେନ୍ଦ୍ର ଫଡନଭିସ

ଅଜିତ ପାୱାରଙ୍କ ମୃତ୍ୟୁ: ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କଲେ ଦେବେନ୍ଦ୍ର ଫଡନଭିସ

ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି  ନେତା  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦୁଃଖଦ ବିୟୋଗର କିଛି ଘଣ୍ଟା ପରେ,ସେଠାର  ରାଜ୍ୟ ସରକାର ଏହି କ୍ଷତି ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଭିସ ରାଜ୍ୟ ଏବଂ ଏହାର ଲୋକଙ୍କ ପ୍ରତି ପାୱାରଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି।  ସୂଚନା ଥାଉକି ଆଜି  ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଜିତ ପାୱାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ  ଯୋଗ ଦେବାକୁ ଯାଇଥିଲେ। ଫେରିବା ସମୟରେ ବାରାମତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନଟି ବାରାମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଅଜିତ ପାୱାର ଦେହାନ୍ତ ହୋଇଛି।ଅଜିତ ପାୱାରଙ୍କ ମୃତ୍ୟୁ ଖବର ଶୁଣି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ନେତା ମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କହିଛନ୍ତି ଏହା ଏକ ଅପୂରଣୀୟ କ୍ଷତି, ମହାରାଷ୍ଟ୍ର ପାଇଁ ଏହା ଏକ କଳା ଦିନ।

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking