27.1 C
Bhubaneswar
Monday, February 2, 2026
Homeଓଡିଶାନେତାଜୀଙ୍କ ଜନ୍ମ ସ୍ଥାନରେ ଉପରାଷ୍ଟ୍ରପତି

ନେତାଜୀଙ୍କ ଜନ୍ମ ସ୍ଥାନରେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓଡିଶାରେ ପହଞ୍ଚି କଟକରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପରାକ୍ରମ ଦିବସ ସମାରୋହରେ ଉପ- ରାଷ୍ଟ୍ରପତି ଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜନ୍ମବାର୍ଷିକୀରେ କଟକର ଓଡିଆ ବଜାରରେ ତାଙ୍କ ପ୍ରଥମ ବାସଭବନ ପରାକ୍ରମ ଦିବସ ପାଳନ କରାଯାଉଛି । ସେ ନେତାଜୀ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ସଂଗ୍ରହାଳୟର ଅନ୍ୟାନ୍ୟ ଗ୍ୟାଲେରୀ ପରିଦର୍ଶନ କରିଥିଲେ।ଏହା ପ୍ରଥମ ଥର ପାଇଁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଠାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ, ଉପରାଷ୍ଟ୍ରପତି ସିଧାସଳଖ କଟକର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟକୁ ଯାଇଥିଲେ ଏବଂ ସକାଳ ପ୍ରାୟ ୯.୩୦ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ନେତାଜୀ ସଂସ୍କୃତି ଭବନ ଏବଂ ନେତାଜୀ ସ୍ମାରକୀର ବ୍ୟାଖ୍ୟା କେନ୍ଦ୍ରରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଉଦଘାଟନ କରିବେ।ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମୁଖ୍ୟ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ।ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମସ୍ତ ସାଧାରଣ ପ୍ରବେଶକୁ ନିଷେଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking