18.1 C
Bhubaneswar
Wednesday, February 4, 2026
Homeଓଡିଶାଉଦ୍ଧାର ହେଲେ ୪ ନିଖୋଜ ନାବାଳକ

ଉଦ୍ଧାର ହେଲେ ୪ ନିଖୋଜ ନାବାଳକ

ଦେବଗଡ଼: ଉଦ୍ଧାର ହେଲେ ୪ ନିଖୋଜ ନାବାଳକ । ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଥିବା ୪ ଛାତ୍ର ଆଜି ସକାଳୁ ଗାଁ ପାଖ ଟାଙ୍ଗିରିହୁଲିରୁ ମିଳିଛନ୍ତି। ଗତକାଲି ଦେବଗଡ଼ ଜିଲ୍ଲା ଟିଙ୍କବୀର ଗାଁରେ କ୍ରିକେଟ୍ ଖେଳିବାକୁ ଯାଇଥିବା ୪ ଛାତ୍ର ନିଖୋଜ ହୋଇଥିଲେ। ସ୍କୁଲ ରୁ ଫେରିବା ପରେ ଟ୍ୟୁସନ ଯିବା ପାଇଁ ଘରୁ କହି ବାହାରି ଥିଲେ ସମସ୍ତ ଛାତ୍ର।ମାତ୍ର ଟ୍ୟୁସନ ନ ଯାଇ ଛାତ୍ର ମାନେ କିଛି ସମୟ କ୍ରିକେଟ ଖେଳ ଦେଖିବା ପରେ ଖେଳ ପଡିଆ ରୁ ବାହାରି ଆସି ଗ୍ରାମର ବଜାର ରୁ କିଛି ଖାଦ୍ୟ ସାମଗ୍ରୀ କିଣିବା ପରେ ଘରକୁ ଆଉ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ଚାରି ଜଣକୁ ପାଇ ନଥିଲେ। ଏ ନେଇ ବିଳମ୍ବିତ ରାତିରେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର। ତେବେ ଆଜି ସକାଳୁ ଗାଁର କିଛି ଯୁବକ ନିକଟସ୍ଥ ଟାଙ୍ଗରି ହୁଲିରେ ଚାରି ଛାତ୍ର ଙ୍କୁ ଠାବ କରିବା ସହ ଗାଁକୁ ଆଣିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking