କୁଳିଅଣା: ଆଜି ପୂର୍ବାହ୍ଣରେ ୧୮ ନମ୍ବର ଜାତୀୟ ରାଜପଥ ଦରଖୋଳି ଛକରେ ସିରିଜ ଦୁର୍ଘଟଣାରେ ଜଣେ ପିକ୍ଅପ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛିl ଆହତ ଚାଳକଙ୍କର ପରିଚୟ ମିଳିପାରି ନାହିଁ।ପ୍ରତକ୍ଷ୍ୟଦର୍ଶୀଙ୍କ ଠାରୁ ପ୍ରକାଶ ଯେ, ପ୍ରଥମେ ଏକ ବାଲି ଟ୍ରାକ୍ଟର (ଓଡି୧୧ ଏକ୍ସ ୬୪୯୯)କୁ ପଛରୁ ଧକ୍କା ଦେଇଥିଲା ପିକ୍ଅପ୍ ଠିକ ସେତିକିବେଳେ ଅନ୍ୟ ଏକ କଣ୍ଟେନର (ପିବି୧୩ ବିଇ ୬୯୭୬) ପିକ୍ଅପ୍କୁ ଧକ୍କା ଦେବାରୁ ଚାଳକ ଚାପି ହୋଇ ରହି ଯାଇଥିଲାl ସ୍ଥାନୀୟ ଯୁବକମାନେ ଗୁରୁତର ଆହତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଚାଳକ ବିଜୟ ନାଏକ (25)କୁ ପିଆରଏମ ମେଡିକାଲ କଲେଜ ବାରିପଦା କୁ ପଠାଇଥିଲେl କୁଳିଅଣା ଥାନା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର, ପିକ୍ଅପ୍କୁ ପୁଲିସ ଜବଦ କରି ଥାନା ପରିସରରେ ରଖିଛିl ଏହି ସିରିଜ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ମଧ୍ୟ ଆହତ ହୋଇ ବାରିପଦା ପିଆରଏମ୍ରେ ଚିକିତ୍ସାଧୀନ ଅଛନ୍ତିl










