19.1 C
Bhubaneswar
Wednesday, January 21, 2026
Homeଓଡିଶାବଜ୍ରକାପ୍ତା କାତି ଜବତ: ୩ ଗିରଫ

ବଜ୍ରକାପ୍ତା କାତି ଜବତ: ୩ ଗିରଫ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନବିଭାଗ ଟିମ ଆଜି ଅପରାହ୍ନରେ ଡିଲ ବେଳେ ବଜ୍ରକାପ୍ତା କାତି ଜବତ କରିଛିଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ବନବିଭାଗ, ଏସଟିଏଫ ଟିମ ମିଳିତ ଭାବେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗାଁରେ ଚଢ଼ାଉ କରିଥିଲେଚଢ଼ାଉ କରି ବଜ୍ରକାପ୍ତା କାତି ୧୪ଟି ସହିତ ୩ ଜଣଙ୍କୁ ଗିରଫ କରିଛି ଟିମ । ୧୪ଟି କାତି ପାଇଁ ୭୦ ହଜାର ଟଙ୍କାରେ ଡିଲ କରାଯାଉଥିଲା । ବନବିଭାଗର କର୍ମଚାରୀ ଗ୍ରାହକ ସାଜି ନେବାକୁ ପହଞ୍ଚିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଟିମ ୩ ଜଣଙ୍କୁ ମାଡ଼ି ବସିବା ସହିତ ବଜ୍ରକାପ୍ତା କାତି ଜବତ କରିଥିଲେ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking