30.1 C
Bhubaneswar
Tuesday, January 20, 2026
Homeଓଡିଶାପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ: ପାଳ ଗଦା ନିଆଁରେ ପୋଡି ହୋଇ ମହିଳା ଜୀବନ୍ତ ଦଗ୍ଧ । ଲକ୍ ଥାନା ପିପ୍ପଳ ଗାଁରେ ପୋଡି ଗଲେ ମହିଳା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତେତ କରିଛି । ସେପଟେ ମହିଳାଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକଙ୍କୁ କୁଜଙ୍ଗ ଦୁଆଡିଆ ଗ୍ରାମର ବାସିନ୍ଦା ରିନା କୁମାରୀ ଦଳେଇ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ରିନା ଦେଢ ବର୍ଷ ତଳେ ପିପ୍ପଳ ଗାଁର ସ୍ମୃତି ରଞ୍ଜନ ସ୍ୱାଇଁଙ୍କୁ ବାହା ହୋଇଥିଲେ । ଆଜି ସକାଳୁ ସ୍ୱାମୀ ସ୍ମୃତୁ ରଞ୍ଜନ କାମ କରିବା ପାଇଁ ଘରୁ ବାହାରକୁ ଯାଇଥିବା ସମୟରେ ଶ୍ୱଶୁର ରୋଗାଗ୍ରସ୍ତ ଅବସ୍ଥାରେ ଘରେ ପଡି ରହିଥିଲେ । ଶାଶୁ କଟକ ବଡ ମେଡିକାଲକୁ ଯାଇଥିଲେ । ସେହି ସମୟରେ ଏକ ଛୋଟ ଚାଳଘର ପାଖରେ ଥିବା ପାଳଗଦାରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ରିନା ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ କେଉଁ କାରଣରୁ ନିଆଁ ଲାଗିଥିଲା ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking