30.1 C
Bhubaneswar
Tuesday, January 20, 2026
Homeଓଡିଶାକଲେଜ ଛାତ୍ରୀଙ୍କୁ ଅସଦାଚରଣ: ୨ ଗିରଫ

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ୨ ଗିରଫ

ଅନଗୁଳ: ଅନୁଗୁଳ ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ଛାତ୍ରୀ କଲେଜରୁ ଫେରିବା ବାଟରେ ଦୁଇ ରୋମିଓ ଯୁବକ ଛାତ୍ରୀଙ୍କୁ ଅଟକେଇ ସିଗାରେଟ ଟାଣି ଧୂଆଁ ମୁହଁକୁ ଛାଡି ଅସାଧାଚରଣ କରିଥିଲେ । ସମ୍ପୃକ୍ତ ଛାତ୍ରୀଙ୍କ ଅଭିଯୋଗରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ଅପରାହ୍ମ ସାଢେ ୪ଟାରେ କଲେଜରୁ ସାଇକେଲରେ ଛାତ୍ରୀ ଘରକୁ ଫେରୁଥିଲେ । ସେତେବେଳେ ଏଭଳି ଅସଦାଚରଣ କାର୍ଯ୍ୟ କରିଥିଲେ । ହେଲେ ଦୁଇ ଯୁବକଙ୍କ ଠାରୁ ଖସି ଆସିବା ପରେ ଛାତ୍ରୀଜଣଙ୍କ ପରିବାର ଲୋକଙ୍କ ଜଣାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗରେ ପୁଲିସ ମାମଲା ରୁଜୁ କରି ଆଜି ବ୍ୟବହୃତ ବାଇକ ଜବତ ସହିତ ମନୋଜ ଓ ନିର୍ମଳକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking