ବେଙ୍ଗାଲୁରୁ: ବେଙ୍ଗାଲୁରୁର ବିବେକ ନଗର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ଧକ୍କାରେ ଜଣେ ମା ଏବଂ ତାଙ୍କ ଛୋଟ ପୁଅର ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ସକାଳ ୬:୪୫ ରୁ ୬:୫୦ ମଧ୍ୟରେ ସଂଗୀତା ତାଙ୍କ ପୁଅକୁ ସ୍କୁଲକୁ ନେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତାରେ ଏକ ବସ୍ ମା ଏବଂ ପୁଅଙ୍କୁ ଧକ୍କା ଦେଇଥିଲା। ଉଭୟ ଗୁରୁତର ଆହତ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଘଟଣା ପରେ ବସ୍ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଡ୍ରାଇଭରକୁ ଖୋଜି ଗିରଫ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ପୋଲିସ।










