ଭୁବନେଶ୍ୱର: ବିଜେପି ସରକାରରେ ଗୋ ଚାଲାଣକାରୀଙ୍କ ସ୍ଥାନ ନାହିଁ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୫ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢାଉ ହୋଇଛି । ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । ପୂର୍ବ ସରକାରଙ୍କ ତଳେ ସକ୍ରିୟ ଥିଲେ । ଏବେ ଗୋମାଂସ ଚାଲାଣକାରୀ ସୁଧୁରି ଯାଆନ୍ତୁ ବୋଲି ମଧ୍ୟ ମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି ।










