22.1 C
Bhubaneswar
Saturday, January 17, 2026
Homeଓଡିଶାରାଉରକେଲା ପ୍ଲେନ କ୍ରାସ୍‌: ଜଣେ ମୃତ

ରାଉରକେଲା ପ୍ଲେନ କ୍ରାସ୍‌: ଜଣେ ମୃତ

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟ ପାଇଁ ଚାଲିଥିଲା ଯୋଜନା । ମୁମ୍ବାଇ ନେବା ପାଇଁ ଆସିଥିଲା ଏୟାର ଆମ୍ବୁଲାନ୍ସ । କିନ୍ତୁ ଏୟାର ଲିଫ୍ଟ ହେବା ପୂର୍ବରୁ ଚାଲିଗଲା ଜୀବନ । ଗତ ୧୦ ତାରିଖରେ ଜଲ୍‌ଦା ପାଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଇଣ୍ଡିଆ – ୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨ ପାଇଲଟ୍ ସମେତ ୬ ଜଣ ଆହତ ହୋଇଥିଲେ । ସେଥିମଧ୍ୟରୁ ସୁଶାନ୍ତ ଗୁରୁତର ଥିଲେ । ଆହତ ଏକ ଦମ୍ପତ୍ତି ସ୍ୱାମୀ ସୁନୀଲ ଅଗ୍ରଓ୍ୱାଲ ଏବଂ ସ୍ତ୍ରୀ ସବିତା ଅଗ୍ରଓ୍ୱାଲଙ୍କୁ ନିକଟରେ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଆହତ ଦୁଇ ଜଣ ନିଜ ଇଚ୍ଛାରେ ଏୟାରଲିଫ୍ଟ ହୋଇଥିବା ସୂଚନା ମିଳିଥିଲା । ବାକି ଦୁଇ ଜଣ କ୍ୟାପଟେନ୍‌ ନବୀନ ଖାଡେଙ୍ଗା ଓ ତରୁଣ ଶ୍ରୀବାସ୍ତବ ଏବଂ ଦୁଇ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ଓ ଅନିତା ସାହୁଙ୍କ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ଆଜି ଗୁରୁତର ସୁଶାନ୍ତଙ୍କ ମୃତ୍ୟୁ ଘଟିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking