ଯାଜପୁର: ଯାଜପୁର ମାଂସାପୋଲ ନିକଟରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଉଦ୍ୟମରେ ଆମ ସଂସ୍କୃତି ପରମ୍ପରାକୁ ନେଇ ଖୋଲିଲା ସଂସ୍କୃତିକା ହ୍ୟାଣ୍ଡଲୁମ । ଯାଜପୁର ବିଧାୟିକା ସୁଜାତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଯାଜପୁର ପୌରପାଳିକାର ଅଧକ୍ଷା ରଞ୍ଜୁଲତା ହୋତା, ବିଜୁ ଜନତା ଦଳର ସଭାନେତ୍ରୀ ସବିତା ରାଉତ ଯୋଗ ଦେଇ ଆମ ସଂସ୍କୃତି ଓ ପରମ୍ପରା ବଞ୍ଚାଇ ରଖିବା ସହ ଆତ୍ମନିର୍ଭରଶୀଳ ପାଇଁ ମିଶନ ଶକ୍ତି ମହିଳାଙ୍କ ଏଭଳି ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲ୍ଲିକ, ସରପଂଚ ଦେବାଶିଷ ପଣ୍ଡା, ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟ ଗଣେଶ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।। ଏଥିରେ ମହିଳା ଓ ପୁରୁଷ ଙ୍କ ପାଇଁ ହାତ ତିଆରି ସମ୍ବଲପୁରୀ, ଟେରାକୋଟା, ହ୍ୟାଣ୍ଡଲୁମ, ମାଣିଆବନ୍ଧୀ ଆଦି ବସ୍ତ୍ର ସ୍ୱତନ୍ତ୍ର ରିହାତି ମୂଲ୍ୟ ରେ ଉପଲବ୍ଧ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀ ସସ୍ମିତା ସାହୁ, ନିବେଦିତା ମାନ୍ଧାତା ସୂଚନା ଦେଇଥିଲେ।










