25.1 C
Bhubaneswar
Sunday, February 22, 2026
Homeଓଡିଶାବୋମା ଖାଇ ଅସୁସ୍ଥ ହାତୀର ମୃତ୍ୟୁ ଅଭିଯୋଗ

ବୋମା ଖାଇ ଅସୁସ୍ଥ ହାତୀର ମୃତ୍ୟୁ ଅଭିଯୋଗ

ଅନୁଗୁଳ: ଅନୁଗୁଳରେ ଗତକାଲି ଠାବ ହୋଇଥିବା ଅସୁସ୍ଥ ହାତୀର ଜୀବନ ଯାଇଛି। ଗୁରୁତର ହାତୀକୁ କପିଳାସ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନୁଗୁଳରେ ହାତୀ ବଂଶ ଅସୁରକ୍ଷିତ ହୋଇ ପଡିଥିବା ଜଣାପଡ଼ିଛି। ଗୋଟିଏ ପରେ ଗୋଟିଏ ହାତୀର ଜୀବନ ଚାଲିଯାଉଛି। ଅଥଚ ବନବିଭାଗ ପାଖରେ ଖବର ନଥିବା ଜଣାପଡ଼ିଛି। ଯାହାକି ଗତକାଲି ଠାବ ହୋଇଥିବା ଏକ ଅସୁସ୍ଥ ହାତୀ ହାତ ତିଆରି ବୋମା ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ, ଅନୁଗୁଳ ବନଖଣ୍ଡ ଅଧୀନ ବନ୍ତଳା ବନାଞ୍ଚଳ ନିକଟ ବାଳୁଆକଟା ଗାଁ ନିକଟରେ ଗତକାଲି ସକାଳଳେ ୫ବର୍ଷର ହାତୀ ଗୁରୁତର ହୋଇପଡ଼ିଥିଲା। ହାତୀ ପାଟିରେ ଗଭୀର କ୍ଷତ ହେବା ସହ ରକ୍ତ ଝରୁଥିବା ଦେଖିବାକୁ ମିଳିଥିଲା। ତେବ ଏକ ହାତ ତିଆରି ବୋମାକୁ ହାତୀ ଖାଇ ଦେଇଥିବାରୁ ରକ୍ତସ୍ରାବ ହୋଇ ଗୁରୁତର ହୋଇପଡ଼ିଥିଲା। ଖବରପାଇ ବନବିଭାଗ ପହଞ୍ଚି ହାତୀକୁ ଚିକିତ୍ସା କରିଥିଲେ ମଧ୍ୟ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନଥିଲା। ତେଣୁ ଉନ୍ନତ ଚିକିତ୍ସା ପାଇଁ ଗତକାଲି ରାତିରେ କପିଳାସ ସ୍ଥାନାନ୍ତର କରିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା। ଏହି ହାତୀଟି ହିନ୍ଦୋଳ ବନାଞ୍ଚଳରୁ ୫୧ ଟିକିଆ ହାତୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking