ପିପିଲି: ପିପିଲି ବ୍ଳକ୍ ପୋଡଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ବେହେରା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ ଯୋଗ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟା ଓ ୱାର୍ଡ଼ ସଭ୍ୟା ଙ୍କ ସହିତ ଅନ୍ୟମାନେ ଯୋଗଦେଇଥିଲେ।ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ଲକ୍ଷ୍ୟସାଧନ ଦିଗରେ ଅଗ୍ରସର ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ କମଳିନୀ ମୁଦୁଲି ମଞ୍ଚ ପରିଚାଳନା କରିଥିଲେ।କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ ଅଭିଭାବକ ମାନେ।ମଞ୍ଚରେ ବିଇଓ କିମ୍ଵା ଅନ୍ୟ ଅଧିକାରୀ ମାନେ ଅନୁପସ୍ଥିତ ରହିବା ସହିତ ସ୍କୁଲ ର ଉନ୍ନତ ପାଇଁ ସରକାରୀ ସ୍ତରରେ ଅବହେଳା କରାଯାଉଥିବା ଅଭିଯୋଗ କରିଥିଲେ ମୁଖ୍ୟଅତିଥି ଧରଣୀଧର ସାହୁ।










