26.1 C
Bhubaneswar
Friday, January 16, 2026
Homeଦେଶ ବିଦେଶବୃହନ୍ ମୁମ୍ବାଇରେ ବିଜେପି- ଶିବସେନା ମେଣ୍ଟ ଆଗୁଆ

ବୃହନ୍ ମୁମ୍ବାଇରେ ବିଜେପି- ଶିବସେନା ମେଣ୍ଟ ଆଗୁଆ

ନୂଆଦିଲ୍ଲୀ: ବୃହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ସମେତ ମହାରାଷ୍ଟ୍ରର ମୋଟ୍ ୨୯ଟି ନଗର ନିଗମରେ ଭୋଟ୍ ଗଣତି ଜାରି ରହିଛି । ମୁମ୍ବାଇରେ ପ୍ରାରମ୍ଭରେ ଆଗୁଆ ଅଛି ବିଜେପି-ଶିବସେନା ମେଣ୍ଟ । ଧାରା ଅନୁସାରେ ବିଜୟ ଆଡ଼କୁ ଅଗ୍ରସର ହେଉଛି ମହାୟୁତି ।  ସମସ୍ତଙ୍କ ନଜର ରହିଛି ଦେଶର ସର୍ବବୃହତ୍ ଓ ଧନୀ ବୃହନ୍ ମୁମ୍ବାଇ ମହାନଗର ନିଗମ ଉପରେ । ଧରାବି ୱାର୍ଡରେ ବିଜୟ ଲାଭ କରିଛି କଂଗ୍ରେସ । ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ରାଜ୍ୟର ୨୯ଟି ନଗର ନିଗମରେ ଭୋଟ୍ ଗ୍ରହଣ କରାଯାଇଥିଲା । ମୁମ୍ବାଇର ୨୨୭ଟି ୱାର୍ଡ ସମେତ ୨୯ଟି ନଗର ନିଗମର ୮୨୯ଟି ୱାର୍ଡରେ ମୋଟ୍ ୨ ହଜାର ୮ ଶହ ୬୯ଟି ଆସନରେ କରାଯାଇଥିଲା ଭୋଟ୍ ଗ୍ରହଣ  । ମୁମ୍ବାଇରେ ୨୨୭ଟି ୱାର୍ଡରେ ୧୭ ଶହ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଗତକାଲି ପ୍ରାୟ ୫୦ ପ୍ରତିଶତ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ। ମୁମ୍ବାଇ ମହାନନଗର ନିଗମରେ ୨୦୧୭ରୁ ନିର୍ବାଚନ ହୋଇନଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking