ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀର AQI 348 ରେକର୍ଡ କରାଯାଇଛି। କିଛି ଦିନ ତଳେ ଦିଲ୍ଲୀକୁ ପଛରେ ପକାଇ ତାଳଚେର ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଥିଲା। ତେବେ ରାଜ୍ୟରେ ବାୟୁ ପ୍ରଦୂଷଣ ପୁଣି ବଢ଼ଥିବାରୁ ଏହାର କାରଣକୁ ନେଇ ପରିବେଶବିତ ଉଦ୍ବେଗ ପ୍ରକାଶ କଲେଣି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି କଟକଣାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ କିମ୍ବା ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରୁ ନ ଥିବାରୁ ସ୍ଥିତି ବିଗୁଡୁଥିବା ସନ୍ଦେହ କରାଯାଉଛି। ଏପଟେ ତାଳଚେରରେ AQI ୨୫୦ ରେ ପହଞ୍ଚିଥିବା ବେଳେ ଆଜି ଅନୁଗୁଳରେ ଏହା ୨୦୬, ଭୁବନେଶ୍ୱରରେ ୨୨୮ ଓ କଟକରେ ୨୨୯ ରହିଛି। ଗତକାଲି ବାଲେଶ୍ବରରେ AQI ୨୩୨, ଭୁବନେଶ୍ଵରରେ ୨୩୦, କଟକରେ ୨୧୯, ରାଉରକେଲାରେ ୧୩୮, ନୟାଗଡରେ ୧୦୬, ବଡବିଲରେ ୧୨୨, ବାରିପଦାରେ ୧୧୧, ବଜ୍ରରାଜନଗରରେ ୧୦୩ ଏବଂ କେନ୍ଦୁଝରରେ ଏକ୍ୟୁଆଇ ୧୪୨ ଥିଲା । ଆଗରୁ ବାଲେଶ୍ବର, ଅନୁଗୁଳ, କଟକ, ଭୁବନେଶ୍ବର ଏବଂ ତାଳଚେରରେ ବାୟୁ ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇଥିଲା।










