ଅନୁଗୁଳ: ଅନୁଗୁଳରେ ଗତକାଲି ଠାବ ହୋଇଥିବା ଅସୁସ୍ଥ ହାତୀର ଜୀବନ ଯାଇଛି । ଗୁରୁତର ହାତୀକୁ କପିଳାସ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିବା ଜଣାପପଡିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ନିକଟରେ ଗତକାଲି ସାକଳେ ଏକ ୫ ବର୍ଷର ହାତୀ ଗୁରୁତର ହୋଇ ପଡିଥିଲା । ହାତୀ କେଉଁ ସ୍ଥାନକୁ ହାତ ତିଆରି ବୋମା ଖାଇଥିବା ବେଳେ ପାଟିରେ ଗଭୀର କ୍ଷତ ହୋଇଥିଲା । ପାଟିରୁ ରକ୍ତ ଝରିବା ସହିତ ହାତୀ ମାଟିରୁ ଉଠି ପାରିନଥିଲା । ତେବେ ବନବିଭାଗ ବାଳୁଅକଟା ଗାଁରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲା । ତେବେ ହାତୀର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ କପିଳାସରେ ପହଞ୍ଚିବା ପୂର୍ବରୁ ହାତୀର ଜୀବନ ଚାଲିଯାଇଥିଲା ।










