24.1 C
Bhubaneswar
Thursday, January 15, 2026
Homeଓଡିଶାସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର: ସ୍ୱାଭାବିକ ହେଲା ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି । ମଙ୍ଗଳ ଆଳତୀ ସରିବା ପରେ ଚାଲିଛି ସାଧାରଣ ଦର୍ଶନ । ମଙ୍ଗଳବାର ଠାରୁ ପ୍ରଭୁ ଲିଙ୍ଗରାଜଙ୍କ କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଏବଂ ନୀତି ବନ୍ଦ ରହିଥିଲା । ସଂକ୍ରାନ୍ତିର ପୂର୍ବ ଦିନ ଠାକୁରଙ୍କୁ ଘୃତ କମ୍ବଳ ନୀତି ହୋଇପାରିନଥିଲା । ଏଥିପାଇଁ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ଥିଲା ନୀତିକାନ୍ତି । କ୍ଷୀର ଆଉଠଆ ନୀତିକୁ ନେଇ ବିବାଦ ଦେଖାଦେଇଥିଲା । କିନ୍ତୁ ଅନ୍ୟ ଦିନ ଭଳି ଆଜି ସ୍ୱାଭାବିକ ଭାବେ ଚାଲିଛି ନୀତିକାନ୍ତି ।ଅନ୍ୟପଟେ  ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରୁଥିବା ବେଳେ ଭୋଗ ମଧ୍ୟ କରୁଛନ୍ତି ହେଲେ ଏହାର ଫଳ ଶୂନ ବୋଲି କହିଛନ୍ତି ଶ୍ରଦ୍ଧାଳୁ । ଗତବର୍ଷରୁ ଏହି ବିବାଦ ରହିଥିବା ବେଳେ ପ୍ରଶାସନ ବା ଦେଵତ୍ତୋର କମିସନ ଏଥିରେ ହସ୍ତକ୍ଷେପ କରିନାହାନ୍ତି ।ଗତ ବର୍ଷ ମକର ସଂକ୍ରାନ୍ତିରେ ଏହି ବିବାଦ ଉଠିଥିବା ବେଳେ ୩ଦିନ ମନ୍ଦିରରେ ନୀତି ବନ୍ଦ ରହିଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking