ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଚାଲିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯାଉଛି। ପ୍ରଥମ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜରେ ଆଗୁଆ ରହିଛି। ଏହି ସମୟରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ ନିଶ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରିବ ଭାରତ । ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ନୀତିଶ କୁମାର ରେଡ୍ଡୀଙ୍କୁ ସାମିଲ କରାଯାଇଛି । ଯଦି ଭାରତ ଆଜିର ମ୍ୟାଚ୍ ମଧ୍ୟ ଜିତିଯାଏ, ତେବେ ସିରିଜ୍ ସେମାନଙ୍କ ହାତରେ ରହିବ।
ଭାରତ ପ୍ଲେଇଂ ଏକାଦଶ: ରୋହିତ ଶର୍ମା, ଶୁଭମାନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ।
ନ୍ୟୁଜିଲାଣ୍ଡ ପ୍ଲେଇଂ ଏକାଦଶ: ଡେଭନ କନୱେ, ହେନରୀ ନିକୋଲ୍ସ, ୱିଲ୍ ୟଙ୍ଗ, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ମିଚେଲ ହେ (ୱିକେଟର), ମାଇକେଲ ବ୍ରେସୱେଲ (ଅଧିନାୟକ), ଜାକାରିନ ଫଉଲକ୍ସ, ଜୟଡେନ୍ ଲେନକ୍ସ, କାଇଲ୍ ଜାମିସନ୍, କ୍ରିଶ୍ଚିଆନ୍ କ୍ଲାର୍କ।










