ଖୋର୍ଦ୍ଧା: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା । ଆଜି ସକାଳେ ଡିଭାଇଡରରେ ପିଟି ହୋଇଛି ଏକ ସ୍କୁଟି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିôବା ସୂଚନା ମିଳିଛି । ମୃତକ ଜଣକ ଆଇଆଇଟିର ପିଏଚଡି ଛାତ୍ର ଶଙ୍ଖ ଶୁଭ୍ର ଚକ୍ରବର୍ତ୍ତୀ ବୋଲି ଚିହ୍ନଟ କରାଯାଇଛି । ଏହି ଦୁର୍ଘଟଣାରେ ଶୁଭ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗରେ ସ୍କୁଟିରେ ଯାଉଥବା ଆଉ ଜଣେ ଯୁବକ ଶକ୍ତି ଶ୍ରୀବାସ୍ତବ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଜଟଣୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ସେନେଇ ତଦନ୍ତ କରୁଛି ପୋଲିସ ।










