27.1 C
Bhubaneswar
Sunday, February 22, 2026
Homeଓଡିଶାଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜାମ୍ମୁ-କାଶ୍ମୀରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଏବଂ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳପୋଛ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ମିଶନ ମୋଡରେ ଆତଙ୍କବାଦୀ ଭିତ୍ତିଭୂମି ଏବଂ ପାଣ୍ଠିକୁ ଟାର୍ଗେଟ କରୁଥିବା କାଉଣ୍ଟର ଟେରର (ସିଟି) ଅପରେସନ ଜାରି ରହିବା ଉଚିତ ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ଇକୋ-ସିଷ୍ଟମ ଦୁର୍ବଳ ହୋଇଯାଇଛି ଜାମ୍ମୁ-କାଶ୍ମୀରର ସୁରକ୍ଷା ପରିଦୃଶ୍ୟକୁ ସୁଦୃଢ଼ କରିବା ଲାଗି ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରୟାସକୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପ୍ରଶଂସା କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ଏକ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଜାମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ, ସି.ଏ.ପି.ଏଫ୍ ର ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜାମ୍ମୁ-କାଶ୍ମୀରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଏବଂ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇ ଶ୍ରୀ ଶାହ କହିଛନ୍ତି ଯେ ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଇକୋ-ସିଷ୍ଟମ ପଙ୍ଗୁ ହୋଇଯାଇଛି।
ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରୟାସକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ପ୍ରଶଂସା କରିଛନ୍ତି। ସେ କହିଥିଲେ ଯେ ମିଶନ ମୋଡରେ ଆତଙ୍କବାଦୀ ଭିତ୍ତିଭୂମି ଏବଂ ଆତଙ୍କବାଦୀ ପାଣ୍ଠିକୁ ଟାର୍ଗେଟ କରୁଥିବା କାଉଣ୍ଟର ଟେରର (ସିଟି) ଅପରେସନ ଜାରି ରହିବା ଉଚିତ। କେନ୍ଦ୍ର ଗୃହ ମନ୍ତ୍ରୀ ସମସ୍ତ ସୁରକ୍ଷା ସଂସ୍ଥାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଧାରା ୩୭୦ ଉଚ୍ଛେଦ ପରେ ହାସଲ ହୋଇଥିବା ଲାଭକୁ ବଜାୟ ରଖିବା ଏବଂ ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ କାଶ୍ମୀର’ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରୟାସରେ ସମସ୍ତ ସମ୍ବଳ ଉପଲବ୍ଧ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking