25.1 C
Bhubaneswar
Tuesday, March 24, 2026
Homeଓଡିଶାଆଜି ବି ସାରା ରାଜ୍ୟରେ ୨ ଘଣ୍ଟିଆ ଓପିଡି ବନ୍ଦ

ଆଜି ବି ସାରା ରାଜ୍ୟରେ ୨ ଘଣ୍ଟିଆ ଓପିଡି ବନ୍ଦ

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଚାଲିଥିବା ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜି ବି ସାରା ରାଜ୍ୟରେ ଜାରି ରହିଛି । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ ଘଣ୍ଟିଆ ଓିଡି ବନ୍ଦ ଏସମା ଲାଗିବା ପରେ ମଧ୍ୟ ଆଜି ଜାରି ରହିଛି । ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତରଙ୍କଙ୍କ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାର ଗତ ତାରିଖଠୁ ଏସମା ଲଗାଇଛନ୍ତି । ଡାକ୍ତର, ନର୍ସିଂ କର୍ମଚାରୀ, ପାରାମେଡିକ୍ସ ଓ ଅନ୍ୟ କର୍ମଚାରୀମାନେ ଆନ୍ଦୋଳନ କରିପାରିବେ ନାହିଁ ଆଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି । ସରକାର ମଧ୍ୟ ଏନେଇ ଅନ୍ତଃ ବିଭାଗୀୟ କମିଟି ଗଠନ କରିଥିଲେ । ଆଜି ମଧ୍ୟ ଓମସା ଡାକ୍ତର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ ରହିଛି । ୧୦ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରଥମେ ୧ ଘଣ୍ଟା ଧରି ଓପିଡି ବନ୍ଦ ହେଉଥିବା ବେଳେ ଚାରି ଦିନ ହେବ ତାହା ୨ ଘଣ୍ଟାକୁ ବୃଦ୍ଧି କଲେଣି । ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking