ଭୁବନେଶ୍ୱର: ଚିଲିକା ହ୍ରଦର ପୁନରୁଦ୍ଧାର ପାଇଁ ହେବ ଡିପିଆର । ଜୈବ ବିବିଧତା ଓ ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଆଇଆଇଟି ଚେନ୍ନାଇକୁ ଡିପିଆର ନିର୍ଦ୍ଦେଶ ଦେଇଛନ୍ତି । ମୁହାଣ ପୋତି ହେବା କାରଣରୁ ପାଣି ସମୁଦ୍ରକୁ ଠିକ ଭାବରେ ଯାଇପାରୁନି । ସମୁଦ୍ର ପାଣି ମଧ୍ୟ ଚିଲିକା ମଧ୍ୟକୁ ଠିକ ଭାବେ ପ୍ରବେଶ କରିପାରୁ ନାହିଁ । ଚିଲିକା ଜଳର କ୍ଷାରୀୟତା ନଷ୍ଟ ହେଉଛି, ଜୈବ ବିବିଧତା ସନ୍ତୁଳନ ରହୁନି ।










