18.1 C
Bhubaneswar
Wednesday, February 4, 2026
Homeଓଡିଶାହାଟ ମଝିରେ ଉପରୁ ଖସିଲା ମୃତ୍ୟୁ

ହାଟ ମଝିରେ ଉପରୁ ଖସିଲା ମୃତ୍ୟୁ

ରାୟଗଡା: ହାଟ ମଝିରେ ଉପରୁ ଖସିଲା ମୃତ୍ୟୁ । ଶୁଖିଲା ଗଛର ଡାଳ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଟିକିରି ହାୟ ମଝିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘର ସଉଦା କରିବା ବେଳେ ଶୁଖିଲା ଗଛର ଡାଳ ପଡିଥିଲା । ଫଳରେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଆବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଏହି ଘଟଣା ପାଇଁ କିଏ ଦାୟୀ ସେନେଇ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking