ପୁରୀ: ଇଂରାଜୀ ନବବର୍ଷ ୨୦୨୬ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ବର୍ଷ ଆରମ୍ଭରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରାତ୍ର ପ୍ରାୟ ୨ଟାରୁ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଶ୍ରୀମନ୍ଦିରରେ ମାନବ ଶୃଙ୍ଖଳ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ଭିଡ଼ ଯୋଗୁଁ ସପରିବାର ଆସିଥିବା ବରିଷ୍ଠ ନାଗରିକ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପହିଲି ଭୋଗ ନୀତି ନିର୍ଘଣ୍ଟ ଅନୁଯାୟୀ, ରାତ୍ର ୨ଟାରୁ ଦ୍ବାରଫିଟା ନୀତି ହୋଇ ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ୨୦୨୬ ଇଂରାଜୀ ନବବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରି ନିଜ ପରିବାର ଓ ବନ୍ଧୁଙ୍କ ପାଇଁ ସୁଖସମୃଦ୍ଧି କାମନା କରିଥିଲେ।










