17.1 C
Bhubaneswar
Wednesday, December 31, 2025
Homeଓଡିଶାଦିନ ଦ୍ୱିପ୍ରହରରେ ଘରୁ ଲୁଟିଲେ ଦୁର୍ବୃତ୍ତ

ଦିନ ଦ୍ୱିପ୍ରହରରେ ଘରୁ ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର: ନୂଆବର୍ଷକୁ ବିଦାୟ ଦେବା ପାଇଁ ସପରିବାର ଯାଇଥିଲେ ଭୋଜି କରିବାକୁ। ତାହାର ସୁଯୋଗରେ ଘରର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଲେ ଲୁଟେରା। କାମାକ୍ଷାନଗର ସହରର କଲେଜ ରୋଡ୍ ଓ ନିକଟରେ ଥିବା ଜିରିଡାମାଳି ଗାଁ ରେ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଦିନ ଦ୍ୱିପ୍ରହରରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇ ଦୁଇଟି ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟିଲେ ଲୁଟେରା। କାମାକ୍ଷାନଗର ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଜିରିଡାମାଳି ଗାଁ ର ନାରାୟଣ ବାରିକଙ୍କ ପରିବାର ଲୋକ ନୂଆବର୍ଷ ଅବସରରେ ଭୋଜି କରିବାକୁ ଘର ତାଲା ପକାଇ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରାମାନେ ଘରର ତାଲାଭାଙ୍ଗି ଘରେ ଥିବା ସୁନା ମଙ୍ଗଳସୂତ୍ର, ସୁନାଚୁଡ଼ି, ସୁନାଚେନ ଓ ନଗଦ ୪୦ରୁ ୫୦ହଜାର ଟଙ୍କା ଲୁଟିନେଇଛନ୍ତି। ସେହିପରି କାମାକ୍ଷାନଗର ମହାବିଦ୍ୟାଳୟ ନିକଟରେ ଭଡାରେ ରହୁଥିବା ମହେଶ୍ୱର ସାହୁ ପରିବାର ସହ ବାଲେଶ୍ୱର ବୁଲିବାକୁ ଯାଇଥିଲା ବେଳେ ଆଜି ଦ୍ୱିପ୍ରହରରେ ଘରେ ପହଞ୍ଚି ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ମହେଶ୍ୱରଙ୍କ ଘରୁ ଲୁଟେରାମାନେ ୮ ଭରି ଓଜନର ସୁନା,୨୦ ଭରି ଓଜନର ରୁପା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବିଗତ ୧୫ଦିନ ମଧ୍ୟରେ କାମାକ୍ଷାନଗର ସହର ଓ ଆଖପାଖରେ ଚାରୋଟି ମନ୍ଦିରରୁ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ହୁଣ୍ଡି ଲୁଟ କରିଥିବା ବେଳେ ପୁଲିସ ଆଜି ପର୍ଯ୍ୟନ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁ। ତେବେ ଆଜି ଦିନ ଦ୍ୱିପ୍ରହରରେ ତାଲାଭାଙ୍ଗି ଦୁଇ ଦୁଇଟି ଘରୁ ଲକ୍ଷାଧିକ ଟଙ୍କାର ଲୁଟ ହୋଇଥିବା ବେଳେ ପୁଲିସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। କାମାକ୍ଷାନଗର ପୁଲିସ ଲୁଟେରାମାନଙ୍କୁ ଧରି ପାରୁନଥିବା ବେଳେ ଏବେ କାମାକ୍ଷାନଗର ସହର ଓ ନିକଟରେ ଥିବା ଗାଁ ଗୁଡିକରେ ଲୁଟେରାମାନେ ଆତଙ୍କ ସୃଷ୍ଟି କରିବାରେ ସକ୍ଷମ ହେଉଛନ୍ତି। ତେଣୁ ପୁଲିସ ତୁରନ୍ତ ଲୁଟେରାମାନଙ୍କୁ ଧରିବା ସହ ପାଟ୍ରୋଲିଂ କଡାକଡ଼ି କରିବା ପାଇଁ ସାଧାରଣରେ ଦାବି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking