19.1 C
Bhubaneswar
Monday, December 29, 2025
Homeଓଡିଶାସୁକିନ୍ଦା ରେଞ୍ଜରେ ପକ୍ଷୀ ମଡ଼କ !  

ସୁକିନ୍ଦା ରେଞ୍ଜରେ ପକ୍ଷୀ ମଡ଼କ !  

ଯାଜପୁର: କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଲେମ୍ବୋ ପଞ୍ଚାୟତ କବାଟ ଗାଁରେ ୩ ଦିନ ଧରି ବିଦେଶାଗତ ସ୍ବତନ୍ତ୍ର ପାରା(ୟେଲୋ ଫୁଟେଡ୍‌ ଗ୍ରିନ ପିଜନ) ପ୍ରଜାତିର ପକ୍ଷୀ ମୃତ୍ୟୁକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଲେମ୍ବୋ ପଞ୍ଚାୟତ କବାଟ ଗାଁରେ ୩ ଦିନ ଧରି ବିଦେଶାଗତ ସ୍ବତନ୍ତ୍ର ପାରା(ୟେଲୋ ଫୁଟେଡ୍‌ ଗ୍ରିନ ପିଜନ) ପ୍ରଜାତିର ପକ୍ଷୀ ମୃତ୍ୟୁକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପୂର୍ବ ଏସିଆ ମହାଦେଶରୁ ଏହି ପକ୍ଷୀ ଏଠାକୁ ଆସୁଥିବା ନେଇ ପ୍ରାଣୀଧନ ବିଭାଗ ଓ ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରର ରାଜ୍ୟ ପକ୍ଷୀ ମାନ୍ୟତା ପାଇଥିବା ଏହି ପକ୍ଷୀ ଜଙ୍ଗଲରୁ, ଉଦ୍ୟାନ ଓ ବାଡ଼ିବଗିଚାରୁ କୋଳି, ଡିମରି ଓ ଚାଷଜମିରୁ ଗଜା ଖୁଣ୍ଟି ଖାଇଥାନ୍ତି। କବାଟ ଗାଁର ମଣ୍ଡପ ପାଖ ବରଗଛରେ ଦଳଦଳ ହୋଇ ବସା କରିଥିବା ଏହି ପକ୍ଷୀଙ୍କ ମଧ୍ୟରୁ ଗତ ଗୁରୁବାର ୫ଟି, ଶୁକ୍ରବାର ୨ଟି ଓ ଶନିବାର ଆଉ ୨ଟି ପକ୍ଷୀ ତଳେ ମରି ପଡ଼ିଥିବା ଦେଖାଯାଇଥିଲା। ଗଛରୁ ଖସି ପଡ଼ିବା ପରେ ସଂପୃକ୍ତ ପକ୍ଷୀ ପାଟିରୁ ଲାଳ ବାହାରୁଥିବା ଓ ଛଟପଟ ହୋଇ ମରିଯାଉଥିବା ଦେଖା ଯାଉଛି ପବଳ ଥଣ୍ଡା ରୁ ରକ୍ଷା ପାଇବା ପାଇଁ ଚଳିତବର୍ଷ ଏହି ପକ୍ଷୀ ଦଳ ଦଳ ହୋଇ ଏବର୍ଷ ପ୍ରଥମକରି ଆସିଥିବା ଦେଖା ଯାଉଛି l ଏତାଦୃଶ ପକ୍ଷୀ ମୃତ୍ୟୁକୁ ନେଇ ସାଧାରଣରେ ବାର୍ଡଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି।ଏଟା କର ପରିବେଶ ସହିତ ଏହି ବିଦେଶୀ ପକ୍ଷୀ ମାନଙ୍କପାଇଁ ଅନୁକୂଳ ହେଉ ନ ଥିବାରୁ ପକ୍ଷୀ ମାନଙ୍କ ମୃତ୍ୟୁ ର କାରଣ ହୋଇପାରେ ବୋଲି କୁହା ଯାଉଛି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking