26.1 C
Bhubaneswar
Monday, December 29, 2025
Homeଓଡିଶାବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ

କଟକ: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଉପୁଜିଛି । ଉପସଭାପତି ପଦ ପାଇଥିବା ସୁମନ ବେହେରା ପ୍ରତିକ୍ରିୟା ରଖି  କହିଛନ୍ତି, ଛାତ୍ର ଓ ଯୁବ ନେତାଙ୍କ ପ୍ରତି ଅନ୍ୟାୟ ହୋଇଛି । କିଛି କୁଚକ୍ରୀ ଗୋଷ୍ଠୀ ଅନେକ ଯୁବ ଓ ଛାତ୍ର ନେତାଙ୍କ ନାଁ କାଟିଛନ୍ତି । ଏହା ବିଜୁ ଜନତା ଦଳକୁ କ୍ଷତି କରିବ, ସୁପ୍ରିମୋଙ୍କୁ ଅବଗତ କରିବୁ । ଦଳ ପାଇଁ ଅନେକ ମାଡ ଖାଇଛୁ, ସଂଘର୍ଷ କରିଛୁ । କିଛି ବାହାର ଛାତ୍ର ନେତାଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଜାଣିଶୁଣି ନାଁ କାଟିବା ଦୁଃଖଦାୟକ କହିଛନ୍ତି ସୁମନ ବେହେରା । ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ଜାଣିଶୁଣି ତାଲିକାରୁ ବାଦ ଦିଆଯାଇଛି । ଏହାର ପୁନର୍ବିଚାର ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ସୂଚନାଥାଉକି,  ଗତକାଲି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ଯୁବ ଓ ଛାତ୍ର ଶାଖାର ରାଜ୍ୟ କମିଟି କର୍ମକର୍ତ୍ତା ଘୋଷଣା କରାଯାଇଥିଲା । ବିଜେଡି ବିଜୁ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳର ୩୦ ଜିଲ୍ଲା ପାଇଁ ରାଜ୍ୟ ପଦାଧିକାରୀଙ୍କ ନାଁ ଘୋଷଣା କରାଯାଇଥିଲା । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ପଦାଧିକାରୀ ଭାବରେ ୧୪୫ ଜଣ ଛାତ୍ର ନେତାଙ୍କୁ ନିଯୁକ୍ତ କରିଛି ବିଜେଡି । ସେଥି ମଧ୍ୟରେ ୫ ଜଣ ସଭାପତି, ୧୫ ଜଣ ବରିଷ୍ଠ ଉପ ସଭାପତି, ୩୪ ଜଣ ଉପ ସଭାପତି ଏବଂ ୯୧ ମୁଖ୍ୟ ସଚିବ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ୧୬୦ ଜଣ ଯୁବ ନେତାଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ପଦାଧିକାରୀ ଭାବରେ ନିଯୁକ୍ତ କରିଛି । ସେଥି ମଧ୍ୟରେ ୪ ଜଣ ସଭାପତି, ୧୫ ଜଣ ବରିଷ୍ଠ ଉପ ସଭାପତି, ୫୪ ଜଣ ଉପ ସଭାପତି ଏବଂ ୮୭ ଜଣ ମୁଖ୍ୟ ସଚିବ ନିଯୁକ୍ତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking