30.1 C
Bhubaneswar
Friday, February 13, 2026
Homeଓଡିଶାଦୋକାନୀଙ୍କ ସନ୍ଦେହଜନକ ମୃତ୍ୟୁ

ଦୋକାନୀଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଥାନା ଅଧୀନ କଳାବୁଦା ବାରୁଣୀ ଛକରେ ଏକ ଦୋକାନ ଘର ଭିତରୁ ପୋଡ଼ିଯାଇଥିବା ଅବସ୍ଥାରେ ଜଣେ ଦୋକାନ ମାଲିକଙ୍କ ମୃତଦେହ ଠାବ ହୋଇଛି। ମୃତ ବ୍ୟକ୍ତି ହେଲେ ସୁବାସ ମଲ୍ଲିକ, ଯାହାଙ୍କ ଘର କୁଦାନଗରୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବୋଲି ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଭୟ ଓ ଚଞ୍ଚଳତା ସୃଷ୍ଟି କରିଛି। ସୂଚନା ଅନୁସାରେ, ଦୋକାନ ଭିତରେ ଅଗ୍ନିକାଣ୍ଡ ଘଟିଥିବା ଭଳି ଦୃଶ୍ୟ ଦେଖାଯାଉଥିଲେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ମୃତ ସୁବାସ ମଲ୍ଲିକଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ମତରେ, ଯୋଜନାବଦ୍ଧ ଭାବେ ଦୋକାନ ଭିତରେ ହତ୍ୟା କରି ପରେ ପୋଡ଼ାଯାଇଥିବା ସନ୍ଦେହ ରହିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କ ଗିରଫ ଦାବିରେ କଳାବୁଦା–ଗରଦପୁର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତି ଶୋଚନୀୟ ହୋଇଉଠିବା ପରେ ପୁଲିସ ହସ୍ତକ୍ଷେପ କରି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଖବର ପାଇ ଘଟଣାସ୍ଥଳରେ କୁଦାନଗରୀ ଥାନା ପୁଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ଏହା ଅଗ୍ନିକାଣ୍ଡ ନା ହତ୍ୟା, ତାହା ସ୍ପଷ୍ଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking