ଉତ୍ତରପ୍ରଦେଶ: ଶିକ୍ଷକଙ୍କୁ ଗୁଳି କରି ହତ୍ୟା । ଆଲିଗଡର ସିଭିଲ ଲାଇନ୍ସ ଅଞ୍ଚଳରେ ଅବସ୍ଥିତ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଅଧ୍ୟାପକଙ୍କୁ ଆଲିଗଡ ମୁସଲିମ ବିଦ୍ୟାଳୟର ଏଲବିକେ ହାଇସ୍କୁଲର ଶିକ୍ଷକ ଦାନିଶ ରାଓ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ସ୍କୁଲ ପରିସର ଭିତରେ ମୁଖାପିନ୍ଧା କିଛି ଦୁର୍ବୃତ୍ତ ଆସି ହଠାତ୍ ଶିକ୍ଷକ ଦାନିଶଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ବାଜିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସେମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ ।









