21.1 C
Bhubaneswar
Tuesday, December 23, 2025
Homeଓଡିଶା୨୨ ମାଓବାଦୀଙ୍କ ଆତ୍ମସମର୍ପଣ

୨୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓବାଦୀ ଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରି ସମାଜ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଜଣେ ଡିଭିଜନାଲ କମିଟି ସଦସ୍ୟ (ଡିଭିସିଏମ୍), ୦୬ ଜଣ ଏରିଆ କମିଟି ସଦସ୍ୟ (ଏସିଏମ୍) ସମେତ ପାର୍ଟି ମେମ୍ବର ସାମିଲ ରହିଛନ୍ତି । ଏହା ବ୍ୟତୀତ ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା କ୍ୟାଡ଼ର ମାଓବାଦୀ ରହିଛନ୍ତି । ଏହା ସହ ୦୧ଟି AK-୪୭ ରାଇଫଲ୍, ୦୨ଟି INSAS ରାଇଫଲ୍, ୭.୬୨ mm SLR ରାଇଫଲ୍, ୩ଟି .୩୦୩ ରାଇଫଲ୍ ଏବଂ ୦୨ଟି ସିଙ୍ଗଲ୍-ସଟ୍ ରାଇଫଲ୍, ୧୫୦ ରାଉଣ୍ଡ ଜୀବନ୍ତ ଗୁଳି, ୯ଟି ମାଗାଜିନ୍, ୨୦ କିଲୋ ବିସ୍ଫୋରକ, ୧୩ଟି ଆଇଇଡି ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ନିକଟରେ ହସ୍ତାନ୍ତର କରିଥିଲେ।

ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି:- ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି(DKSZC)ର ଡିସିଏମ, କମାଣ୍ଡର ଲିଙ୍ଗେ ଓରଫ ମୁୟେ ମଡକାମ ଏବଂ ଏସିଏମ, କମାଣ୍ଡର, ବାମନ ମଡକାମ, ଏରିଆ କମିଟି ମେମ୍ବର (ଏସିଏମ), ସୁକ୍କା ମୁଚାକି, ଆଇତୁ ଆଉଲାମି,କୋସା କାବାସି, ବତି ମାଡ଼କାମ ଓରଫ ଅଞ୍ଜୁ, ଜୋଗି ମୁଚାକି, ରିତା ପୋଡିଆମ, ଜୋଗୀ ସୋଡି, ଭୀମେ କଲମୁ, ମଙ୍ଗଲି ବାଞ୍ଜାମି, ଜୋଗା ମୁଚାକି, ଆଡମେ ମୁଚାକି, ମାଡଭି କୋସା, କୁଞ୍ଜାମ ଉରା, ମାଡା ମାଡଭି, ମୁଚାକି ଆଡମା, ଦେବା ମାଡଭି, ଅର୍ଜୁନ ମାଡଭି, ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ୨ ଜଣ ସାଗର ଓରଫ ସନ୍ନା ପୁନେମ, ସୋମେୟ ମିଡିଆମ୍ ଏବଂ ଗଡଚିରଲି ଏରିୟା କମିଟିର ଅନିଲା ଓରଫ ବୁଦ୍ରି ମିଡିଆମ୍ ।

ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ତଥା ପୁନର୍ବାସ ନୀତି ଅନୁଯାୟୀ ୨୨ ଜଣ ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କୁ ୧ କୋଟି ୮୪ ଲକ୍ଷ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏହା ସହ ପ୍ରତ୍ୟେକଙ୍କୁ ₹୨୫ ,୦୦୦/- ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର, ବାହାଘର ନିମନ୍ତେ ୨୫ ହଜାର ଟଙ୍କା, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ଵାସ୍ଥ ବୀମା, ମାଗଣାରେ ରାସନ କାର୍ଡ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସମସ୍ତ ଆଇନସମ୍ମତ ସୁବିଧା, ସୁରକ୍ଷା ଓ ପୁନର୍ବାସ ସହାୟତା ପ୍ରଦାନ କରାଯିବ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ, ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ରାସ୍ତା ଓ ସରକାରୀ ସମ୍ପତ୍ତି ଧ୍ୱଂସ କରିବା ଭଳି କାର୍ଯ୍ୟରେ ସକ୍ରିୟ ଭାବେ ଜଡିତ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଉପରେ ବିଭିନ୍ନ ଥାନାରେ ଗୁରୁତର ମାମଲା ମଧ୍ୟ ରୁଜୁ ଥିଲା। ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଉପରେ ଆସ୍ଥା ରଖି ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନିଷ୍ପତ୍ତିକୁ ଡିଜିପି ଶ୍ରୀ ଖୁରାନିଆ ସ୍ଵାଗତ କରିଛନ୍ତି । ଏହା ସହ ସମାଜରେ ସମ୍ମାନଜନକ ଭାବେ ଜୀବନ ଯାପନ ପାଇଁ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏହା ବ୍ୟତୀତ ହିଂସାର ପଥ ପରିତ୍ୟାଗ କରି ପୋଲିସ ସମୁଖରେ ଆତ୍ମ ସମର୍ପଣ କରି ସାଧାରଣ ଜୀବନ ଯାପନ କରିବାକୁ ଡିଜିପି ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ନକ୍ସଲ ବିରୋଧୀ ଅଭିଯାନ) ଶ୍ରୀ ସଂଜୀବ ପଣ୍ଡା, ଡିଆଇଜି(ଏସଆଇଡବ୍ଲ୍ୟୁ) ଶ୍ରୀ ଅଖୀଳେଶ୍ଵର ସିଂ, ଡିଆଇଜି( ଦକ୍ଷିଣାଞ୍ଚଳ) ଡ଼. କନୱର ବିଶାଲ ସିଂ,ଜିଲ୍ଲାପାଳ ମାଲକାନଗିରି, ଶ୍ରୀ ସୋମେଶ ଉପାଧ୍ୟାୟ, ଏସପି ମାଲକାନଗିରି ଶ୍ରୀ ବିନୋଦ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking