ଭୁବନେଶ୍ୱର: ହାଇକୋର୍ଟରେ ବିଧାୟକଙ୍କ ଦରମା ବୃ୍ଦ୍ଧି ମାମଲା ଗ୍ରହଣ ହେଲାନି । ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ । ପ୍ରିମାଚ୍ୟୁର କହି ମାମଲା ଗ୍ରହଣ କଲେନି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ହୋଇ ନଥିବା ଦର୍ଶାଇ ମାମଲା ଗ୍ରହଣୀୟ ହେବନି କହିଲେ । ବିଧିବଦ୍ଧ ବିଜ୍ଞପ୍ତି ପରେ ମାମଲା କରିପାରିବେ ବୋଲି ଆବେଦନକାରୀଙ୍କୁ ଅନୁମତି ଦିଆଯାଇଛି । ସୂଚନାଥାଉକି, କିଛିଦିନ ତଳେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତା ବୃଦ୍ଧି ପ୍ରସଙ୍ଗରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା, ଭତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବୋଲି ବୋଲି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ । ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଗୃହରେ ସର୍ବସମ୍ମତି କ୍ରମେ ଏହା ପାସ୍ପା ହୋଇଥିଲା । ସଂସଦୀୟ ପରମ୍ପରାରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ରଖିଛନ୍ତି ଉଭୟ ବିରୋଧୀ ଏବଂ ଶାସକ ଦଳ ବିଧାୟକ ।










