21.1 C
Bhubaneswar
Wednesday, December 17, 2025
Homeଓଡିଶାଓଡିଶା ଏଆଇ(କୁତ୍ରିମ ବୁଦ୍ଧିମତ୍ତା) ସମ୍ମିଳନୀ ୨୦୨୫ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଓଡିଶା ଏଆଇ(କୁତ୍ରିମ ବୁଦ୍ଧିମତ୍ତା) ସମ୍ମିଳନୀ ୨୦୨୫ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ଵର: ମାନ୍ୟବର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ଵ ଦେଇଆସିଛନ୍ତି । ନିରନ୍ତର ପ୍ରୟାସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ବାବଧାନରେ ଏଥର ଓଡିଶାରେ ଏଆଇ ସମ୍ମିଳନୀ ୨୦୨୫ ଅନୁଷ୍ଠିତ ହେବ ବୋଲି ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମ କୁ ସମ୍ବୋଧନ କରି କହିଛନ୍ତି | ମନ୍ତ୍ରୀ ଏଆଇର ମୂଳ ସିଦ୍ଧାନ୍ତ ତିନୋଟି ସୂତ୍ର ଏବଂ ସାତଟି ଚକ୍ର ବିଷୟରେ ସମ୍ବୋଧିତ କରି କହିଥିଲେ ଯେ ଫେବୃଆରୀ ମାସରେ ଭାରତ ଇମ୍ପାକ୍ଟ ଏଆଇ ସମ୍ମିଳନୀ ହେବା ପୂର୍ବରୁ ୮ ଟି ରାଜ୍ୟରେ ଆଞ୍ଚଳିକ ଇମ୍ପାକ୍ଟ ଏଆଇ ସମ୍ମିଳନୀ ଅନୁଷ୍ଠିତ ହେବ । ମଧ୍ୟପ୍ରଦେଶ , କେରଳ , ଗୁଜୁରାଟ , ରାଜସ୍ଥାନ , ମେଘାଳୟ , ଉତ୍ତର ପ୍ରଦେଶ , ତେଲେଙ୍ଗାନା ସହ ଓଡିଶାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ତେଣୁ ଓଡିଶାକୁ ଭାରତରେ କୁତ୍ରିମ ବୁଦ୍ଧିମତ୍ତା ହବ କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭିଜନରେ ଗୁରୁତ୍ଵ ଦେଇଛନ୍ତି । ଓଡିଶା ଓଡିଆ ଅସ୍ମିତାକୁ ପ୍ରାଧ୍ୟାନ୍ୟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵ ରେ କୁତ୍ରିମ ବୁଦ୍ଧିମତ୍ତାରେ ଭାଷା ଦାନ କାର୍ଯ୍ୟକ୍ରମ କରାଯିବ ଯେଉଁଥିରେ ଓଡିଆ ଲେଖାକୁ ସରଳ ଭାବରେ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରାଯିବ ବୋଲି ସେ କହିଥିଲେ ।

ଏହି ଅବସରରେ ସେ କହିଥିଲେ ଯେ, ଓଡ଼ିଶା ଆଗାମୀ ଭବିଷ୍ୟତ ନିମନ୍ତେ ପ୍ରଯୁକ୍ତିଭିତ୍ତିକ ଅଭିବୃଦ୍ଧି ପାଇଁ ଏକ ଆଭିମୁଖ୍ୟ ଗ୍ରହଣ କରୁଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଆଇ ନୀତି ୨୦୨୫ ସହିତ, ଫିନଟେକ୍, ଗ୍ଲୋବାଲ କାପାବିଲିଟି ସେଣ୍ଟର ଏବଂ ଉନ୍ନତ ଇଲେକ୍ଟ୍ରୋନିକ୍ସ ପାଇଁ ପ୍ରଗତିଶୀଳ ନୀତି ସହିତ ଜନସଂଖ୍ୟା ପରିମାପ ଏଆଇ ଗ୍ରହଣ ପାଇଁ ଏକ ସ୍ପଷ୍ଟ, ଦାୟିତ୍ୱବାନ ଏବଂ ନିବେଶକ-ଅନୁକୂଳ ଢାଞ୍ଚା ନିର୍ମାଣ କରାଯାଉଛି । ସେହିପରି ଏଆଇ ନିମନ୍ତେ କୋଡିଏ କୋଟି ଟଙ୍କାର ବଜେଟ ପ୍ରାବଧାନ ମଧ୍ୟ ରାଜ୍ୟ ତରଫରୁ କରାଯାଇଛି | ଏଆଇ ଦ୍ୱାରା ଉତ୍କର୍ଷ ଓଡିଶା 2036 ଏବଂ ବିକଶିତ ଭାରତ 2047 ର ସ୍ବପ୍ନ ସଫଳ ହୋଇପାରିବ ବୋଲି ମାନ୍ୟବର ମନ୍ତ୍ରୀ ଉଦବୋଧନ ଦେଇଛନ୍ତି | ଆଜି ଲୋକସଭା ଭବନ ସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଆଗାମୀ ୧୯ ରୁ ୨୦ ଡିସେମ୍ବର ପର୍ଯ୍ୟନ୍ତ ଓଡିଶା ଏଆଇ (କୁତ୍ରିମ ବୁଦ୍ଧିମତ୍ତା) ସମ୍ମିଳନୀ ୨୦୨୫ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଡ. ମୁକେଶ ମହାଲିଙ୍ଗ , ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ସ୍ଵତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ । ସ୍ଵତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ସମ୍ମିଳନୀ ର ଉଦ୍ଦେଶ୍ୟ ବାବଦରେ ସମ୍ବୋଧନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking