18.1 C
Bhubaneswar
Wednesday, February 4, 2026
Homeଓଡିଶାପିସିସି ପକ୍ଷରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ଘେରାଉ

ପିସିସି ପକ୍ଷରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର କ୍ରମାଗତ ଭାବରେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ଦୁରୁପଯୋଗ କରୁଛି । ମିଥ୍ୟା ମାମଲାରେ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ କେସରେ ଫସାଇ ଦୀର୍ଘବର୍ଷ ଧରି ହଇରାଣ ହରକତ କରିଥିଲା । ସୁପ୍ରିମକୋର୍ଟ ନ୍ୟାସନାଲ ହେରାଲ୍ଡ ମାମଲାରେ ଶ୍ରୀମତୀ ଗାନ୍ଧୀ ଓ ଶ୍ରୀ ଗାନ୍ଧୀଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିଛି । ଫଳରେ ଆଜି କଂଗ୍ରେସର ଏକ ମସ୍ତବଡ଼ ନୈତିକ ବିଜୟ ପାଇଛି । ଏହା ସହିତ ବିଜେପିର ପ୍ରତିହିଂସା ପରାୟଣ ରାଜନୀତି ଦେଶ ଆଗରେ ଉଜାଗର ହୋଇଛି । ପୁଣି ସରକାର ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାର ନାମ ପରିବର୍ତ୍ତନ କରୁଛି । ଯାହା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ କୋଟି କୋଟି ଭାରତୀୟଙ୍କ ମନରେ ଆଘାତ ଦେଇଛି । ତେଣୁ ବିଜେପି ସରକାରର ସମ୍ବିଧାନ ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପ ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନ ଠାରୁ ବାହାରି ବିଜେପି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ଯାଇ ଘେରାଉ କରିଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର କାଡାମ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ସିର୍ଦ୍ଧାଥ ସ୍ୱରୂପ ଦାଶ, ଅରବିନ୍ଦ ଦାସ, ଅମିୟ ପଟ୍ଟନାୟକ, ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ମିନାକ୍ଷି ବାହିନୀପତି, ଚିନ୍ମୟ ପ୍ରସାଦ ବେହୁରା, ମାନସ ଆଚାର୍ଯ୍ୟ, ପ୍ରଦୀପ୍ତ ଦାସ, ମାନସ କର, ସତ୍ୟବ୍ରତ ନାୟକ, ଅଶୋକ ଦାସ, ଜୟଶ୍ରୀ ପଟ୍ଟନାୟକ, ପ୍ରଶାନ୍ତ ବିଶୋଇ, ନିରଞ୍ଜନ ଲେଙ୍କା, ଆଲୋକ ମହାନ୍ତି, ମଧୁସ୍ମିତା ଆଚାର୍ଯ୍ୟ, ଜୟଶ୍ରୀ ପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଜୟକୃଷ୍ଣ ମଲ୍ଲିଆ, ଦେବବ୍ରତ ଦାସ, ସୂର୍ଯ୍ୟକାନ୍ତ ଜେନା, ନିଶିକାନ୍ତ ମିଶ୍ର, ଅଶୋକ ସ୍ୱାଇଁ, ରଜନୀ ମହାନ୍ତି, ହିଂମାଶୁ ଲେଙ୍କା, ନିରଞ୍ଜନ ନାୟକ, ହରିଶଙ୍କର ରାଉତ, ମନୋଜ ନାୟକ, ମଂଟୁ ମଲ୍ଲିକ, ମିହିର ଆଚାର୍ଯ୍ୟ, ରାଜକିଶୋର ବାରିକ, ଶୁଭେନ୍ଦୁ ଦାସ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ଆତ୍ମାରାମ ପତିଙ୍କ ସହ ହଜାର ହଜାର ସଂଖ୍ୟାରେ ଯୁବ ଓ ମହିଳା କଂଗ୍ରେସର କର୍ମକର୍ତ୍ତା ଯୋଗଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking