18.1 C
Bhubaneswar
Wednesday, February 4, 2026
Homeଓଡିଶାଦରମା ନ ନେବା ବିଜେଡିର ଦୋମୁଁହା ନୀତି:ପବିତ୍ର ସାଉଁତା

ଦରମା ନ ନେବା ବିଜେଡିର ଦୋମୁଁହା ନୀତି:ପବିତ୍ର ସାଉଁତା

ଭୁବନେଶ୍ୱର: ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିବା ପରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁତା । କହିଛନ୍ତି, ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନ ନେବା ବିଜେଡିର ଦୋମୁଁହା ନୀତି। ଯେତେବେଳେ ବିଧାନସଭାରେ ବିଲ୍ ପାରିତ ହେଉଥିଲା, ସେତେବେଳେ ବିଜେଡି ଦଳର ସବୁ ସଦସ୍ୟ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ସମସ୍ତେ ଉପସ୍ଥିତ ରହି ଦରମା ବୃଦ୍ଧି ବିଲକୁ ସମର୍ଥନ କରିଥିଲେ। ହେଲେ ଏବେ ପଲିଟିକାଲ୍ ଷ୍ଟଣ୍ଟ ପାଇଁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନେବି ନାହିଁ ବୋଲି କହୁଛନ୍ତି । କଂଗ୍ରେସ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନଙ୍କ ପାଖରେ ଅପର୍ୟ୍ୟାପ୍ତ ସମ୍ପତ୍ତି ଅଛି। ସେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ସେହି କାରଣରୁ ସେ ଦରମା ନେଇ ନ ପାରନ୍ତି। ପୂର୍ବତନ ବିଧାୟକମାନେ ଯେଉଁ ସମସ୍ୟାରେ ବଞ୍ଚୁଥିଲେ ସେମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ । ନବୀନ ବାବୁ ଦୋମୁହାଁ ନୀତି ନ କରି ଯାହା ସରକାର କରିଛନ୍ତି ତାକୁ ସ୍ୱାଗତ କଲେ ଭଲ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ଗୋଟିଏ ପଟେ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବି ନାହିଁ କହୁଛନ୍ତି ହେଲେ ତାଙ୍କ ଦଳ ବିଲକୁ ସମର୍ଥନ ଦେଇଛି। ତାଙ୍କ ଦଳର ନେତା କହୁଛନ୍ତି ଦରମା ବଢ଼ିବା ଠିକ୍ ହୋଇଛି। ତାଙ୍କ ଦଳ ଭିତରେ ଏହାକୁ ନେଇ ମିସ୍ କମ୍ୟୁନିକେସନ୍ ରହୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking