20.1 C
Bhubaneswar
Wednesday, December 17, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର:  ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କୁ ଦାନ କରିବେ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଲେଖିଛନ୍ତି ଯେ ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ଟଙ୍କା। ଗତ ୨୫ ବର୍ଷରୁ ଅଧିକ ସମୟ ଧରି ମୁଁ ଓଡ଼ିଶାବାସୀଙ୍କ ପ୍ରେମ, ସ୍ନେହ ଏବଂ ସମର୍ଥନରେ ଆଶୀର୍ବାଦ ପାଇଛି। ମୁଁ ଓଡ଼ିଶାବାସୀଙ୍କ ପ୍ରତି, ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଅତ୍ୟନ୍ତ ଋଣୀ। ୨୦୧୫ ମସିହାରେ ଆମ ପରିବାର କଟକରେ ଥିବା ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’କୁ ଓଡ଼ିଶାବାସୀଙ୍କ ବ୍ୟବହାର ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି।ମୁଁ ଆପଣଙ୍କୁ ଆମ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଏହାକୁ ବ୍ୟବହାର କରିବା ପାଇଁ ଅନୁରୋଧ କରିବାକୁ ଚାହୁଁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking