17.1 C
Bhubaneswar
Tuesday, December 16, 2025
Homeଖ୍ରୀଷ୍ଟମାସ୍‌-୨୦୨୫ସାଣ୍ଟା କ୍ଲଜର କାହାଣୀ କଣ ଆସନ୍ତୁ ଜାଣିବା

ସାଣ୍ଟା କ୍ଲଜର କାହାଣୀ କଣ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଯେତେବେଳେ ଡିସେମ୍ବର ୨୫ ଆସେ ଆଲୋକ ମାଳାରେ ଝଲସିଉଠିଥାଏ ପରିବେଶ । ଘରଗୁଡ଼ିକ ରଙ୍ଗୀନ ସାଜସଜ୍ଜାରେ ଝଟକୁଥାଏ, ଚାରିଆଡେ କ୍ୟାରୋଲ୍ ପ୍ରତିଧ୍ୱନିତ ହୁଏ। ଏହାରି ଭିତରେ ସବୁଠୁ ବଡ କଥା ଯେ ଛୋଟ ଛୋଟ ପିଲାମାନଙ୍କୁ ଏହି ଦିନ ଉପହାର ମିଳିଥାଏ ଜାଣିଛନ୍ତି କି କିଏ ଉପହାର ଦେଇଥାଏ ? ସାଣ୍ଟା କ୍ଲଜ୍ ର କାହାଣୀ କଣ ? ଆସନ୍ତୁ ଜାଣିବା । ଖ୍ରୀଷ୍ଟମାସରେ ସାଣ୍ଟା କ୍ଲଜ୍ କେବଳ ଉପହାର ଏବଂ ଖୁସି ପ୍ରସାର କରିବାରେ ସୀମିତ ନୁହେଁ। ତାହାର ଉତ୍ପତ୍ତି ଚତୁର୍ଥ ଶତାବ୍ଦୀର ମୁଳ ସନ୍ତ ନିକୋଲାସଙ୍କ ଠାରୁ ହୋଇଛି। ଇତିହାସ ଅନୁଯାୟୀ, ନିକୋଲାସ ମିରା ( ଯାହାକି ବର୍ତ୍ତମାନ ତୁର୍କୀ ନାମ ରେ ପରିଚିତ) ନିକଟସ୍ତ ପାଟାରାରେ ପ୍ରାୟ A.D. 280 ରେ ଜନ୍ମଗ୍ରହଣ କରିଥିଲେ| ଇତିହାସ କୁହେ , ସେ ଜଣେ ଧନୀ ବ୍ୟକ୍ତି ଯିଏକି ତାଙ୍କ ଧନ ସମ୍ପତ୍ତି ଗରିବ ପିଲାମାନଙ୍କୁ ଦାନ କରିଦେଇଥିଲେ ଏବଂ ସାଂସାରିକ ଜୀବନ ତ୍ୟାଗ କରି ଶିଶୁ, ଦୁଃଖିରଙ୍କିଙ୍କ ସେବାରେ ନିଜକୁ ଲୀନ କରିଦେଇଥିଲେ। ତିନି ଜଣ ଗରିବ ଝିଅଙ୍କୁ ଯୌତୁକ ନିର୍ଯାତନା ରୁ ବଞ୍ଚାଇ ତାଙ୍କ ଭରପୋଷଣ ଦାୟିତ୍ୱ ସେ ବହନ କରିଥିଲେ ସେଥିପାଇଁ ସେ ସମସ୍ତଙ୍କ ଆଗରେ ପ୍ରଶଂସିତ ମଧ୍ୟ ହୋଇଥିଲେ। ସେବେଠାରୁ ସେ ୟୁରୋପର ସବୁଠାରୁ ପ୍ରସିଦ୍ଧ ସାଧୁ ହେଲେ। ପରବର୍ତ୍ତୀ ସମୟରେ ଅଧିକାଂଶ ଦେଶରେ, ତାଙ୍କ କାହାଣୀ କ୍ରମେ ଗୋଟେ ଫେରୀ ଷ୍ଟୋରୀ ହେଇଗଲା। ତାଙ୍କୁ ‘ସାଣ୍ଟା କ୍ଲଜ୍’ ବୋଲି ଡକାଗଲା । ବର୍ତ୍ତମାନ ସାନ୍ତା କ୍ଳଜ ହେଉଛନ୍ତି ଜଣେ ରେଡ ସୁଟ ପିନ୍ଧୁଥିବ ମୋଟା ବ୍ୟକ୍ତି, ଯିଏ ପିଲାମାନଙ୍କୁ ଘର ଘର ବୁଲି ସବୁ ଖ୍ରୀଷ୍ଟମାସରେ ଉପହାର ଦିଅନ୍ତି। ମଧ୍ୟରାତ୍ରି ପରମ୍ପରା ହେଉଛି ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମକୁ ସମ୍ମାନ ଜଣାଇବା ପାଇଁ ଅନୁଷ୍ଠିତ ଏକ ଖ୍ରୀଷ୍ଟିଆନ ପୂଜା ସେବା । ଏହାର ନାମ ଅନୁଯାୟୀ, ଏହି ସେବା ସାଧାରଣତଃ ଡିସେମ୍ବର 25 ରେ ରାତି 12:00 ରେ ଆରମ୍ଭ ହୁଏ । ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ପାଳନ କରାଯାଉଥିବା ଏହି ପବିତ୍ର ରୀତି ମଧ୍ୟରାତ୍ରିରେ ପରିବାର ଏବଂ ବିଶ୍ୱସ୍ତ ବିଶ୍ୱାସୀମାନଙ୍କୁ ଚର୍ଚ୍ଚକୁ ଟାଣି ଆଣି ପ୍ରତିଫଳନ, ଶ୍ରଦ୍ଧା ଏବଂ ଉତ୍ସବର ଏକ ମୁହୂର୍ତ୍ତ ସୃଷ୍ଟି କରେ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking