21.1 C
Bhubaneswar
Friday, December 12, 2025
Homeଓଡିଶାବିଷକ୍ରିୟାରେ କଲରାପତରିଆ ବାଘର ମୃତ୍ୟ

ବିଷକ୍ରିୟାରେ କଲରାପତରିଆ ବାଘର ମୃତ୍ୟ

ସୁନ୍ଦରଗଡ: ବିଷକ୍ରିୟା ଯୋଗୁଁ କଲରାପତରିଆ ବାଘର ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡ ତାମଡା ବନାଞ୍ଚଳ କୁସୁମଡିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତରିଆ ବାଘ ଆତଙ୍କ ସୃଷ୍ଟି କରିଥିଲା । ଗତକାଲି ଏକ ବଳଦକୁ ଆକ୍ରମଣ କରି ମାରି ଦେଇଥିଲା । ଅଞ୍ଚଳବାସୀ ଏନେଇ ବାରମ୍ବାର ବନବିଭାଗକୁ ସୂଚନା ଦେଇଥିଲେ ହେଁ ବିବାଗ ପକ୍ଷରୁ କେବଳ ଟ୍ରାପ କ୍ୟାମେରା ଲଗାଯିବ ବୋଲି କହି ଘଟଣାକୁ ଗୁରୁତ୍ୱ ଦିଆଯାଇନଥିଲା । ଆଜି ସକାଳୁ ବାଘର ମୃତଦେହ ମିଳିଛି । ଯେଉଁ ସ୍ଥାନରେ ବାଘର ମୃତଦେହ ମିଳିଛି ସେହି ସ୍ଥାନରେ ବନ ବିଭାଗ ବିଷ ପଡିଥିବା ଦେଖିବାକୁ ପାଇଛି । ବାଘକୁ ବିଷ ଦେଇ ମାରି ଦିଆଯାଇଛି ବୋଲି ବନ ବିଭାଗ କହିଛି । ଘଟଣାର ତଦନ୍ତ ଚାଲିଥିବା ବେଲେ ପ୍ରାଣୀଧନ ଚିକିତ୍ସା ୍‌ଧିକାରୀ ଓ ବନ ବିଭାଗର ବରିଷ୍ଠ ଅଦିକାରୀମାନବେ ସେଠାରେ ରହି ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking