21.1 C
Bhubaneswar
Thursday, February 5, 2026
Homeଓଡିଶାସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାହାରିବ ବାଲି

ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାହାରିବ ବାଲି

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗୃହରେ ବାଲି ବାହାର କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଗତକାଲି ସନ୍ଧ୍ୟା ସୁଦ୍ଧା ୧୬ ସେଣ୍ଟିମିଟର ଗୋଲେଇରେ ୯ ମିଟର ଲମ୍ବାର ଗର୍ତ୍ତ ଖୋଳାଯାଇଛି । ମନ୍ଦିର ଗର୍ଭଗୃହରେ ଥିବା ବାଲି ପର୍ଯ୍ୟନ୍ତ ଏହି ଖନନ ପହଞ୍ଚିଛି । ଗର୍ଭ ଗୃହର କାନ୍ଥର ଖନନ ୮ ମିଟର ଥିବା ଜଣାପଡିଛି । ଏହି ଖନନ ପରେ ଗର୍ଭ ଗୃହର ବାଲି ଓ ପଥର ଖଣ୍ଡ ସଂଗ୍ରହ କରାଯାଇ ମାଡ୍ରାସ ଆଇଆଇଟି ପଠାଯାଇଛି । ତେବେ ଗର୍ଭଗୃହର ବାଲିରେ ଥିବା ଆର୍ଦ୍ରତା ଥିବା ଏଏସଆଇ କହିଛନ୍ତି । ଅନ୍ୟପକ୍ଷରେ ମନ୍ଦିରର ଉଚ୍ଚତା ୧୨୭ ଫୁଟ ହୋଇଥିବା ବେଳେ ମନ୍ଦିରର ପଶ୍ଚିମ ଦିଗରେ ୮୦ ଫୁଟ ଉଚ୍ଚତାରେ ପ୍ରଥମ ପିଢ କାନ୍ଥରେ ଏହି ଛିଦ୍ର କରାଯାଇଛି । ସୂର୍ଯ୍ୟମନ୍ଦିର ଗର୍ଭ ଗୃହରୁ ବାଲି କାଢିବା ପାଇଁ ସୂର୍ଯ୍ୟ ମନ୍ଦିର ପଶ୍ଚିମ ଦିଗ ପ୍ରଥମ ପିଢରେ ଗର୍ଭ ଗୃହକୁ ଟନେଲ ନିର୍ମାଣ କାର୍ଯ୍ୟ ପୂର୍ବରୁ ଶ୍ରୀମନ୍ଦିର କାନ୍ଥ ପଥରରେ ସ୍ଥିତି ଯାଞ୍ଚ ସହିତ ମନ୍ଦିର ଗର୍ଭଗୃହ କାନ୍ଥର ଚଉଡା ମାପିବା ପାଇଁ ଉନ୍ନତ ବୈଜ୍ଞାନିକ ଜ୍ଞାନ କୌଶଳ ବ୍ୟବହାର କରି ୧୦ ଜଣିଆ ବିଶେଷଜ୍ଞ ଦଳ କୋର ଡିଲ କାର୍ଯ୍ୟ ଆରମ୍ଭ କରିଥିଲେ । ମନ୍ଦିର ପଥରର କୌଣସି କ୍ଷତି ନପହଞ୍ଚାଇବା ପାଇଁ ଜିର ଭାଇବ୍ରେସନ ମେସିନ ବ୍ୟବହାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking