ଭୁବନେଶ୍ୱର: ଚଳିତ ବର୍ଷ ଉଦ୍ଧାର ହୋଇଛନ୍ତି ୧୨୦୯ ନିଖୋଜ ଶିଶୁ ଓ ୬୬୬୭ ମହିଳା। ଅପରେସନ ଅନ୍ୱେଷଣରେ ଏମାନଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁଙ୍କ ମଧ୍ୟରେ ୧୦୭୮ ଝିଅ ଓ ୧୩୧ ପୁଅ। ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର। ଆଜି ବିଧାନସଭା ଶୀତ କାଳୀନ ଅଧିବେଶନର ଦଶମ ଦିନରେ ସ୍ୱାଭାବିକ ଚାଲିଥିଲା ପ୍ରଶ୍ନକାଳ । ଗୃହରେ ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ ।










