29.1 C
Bhubaneswar
Monday, February 2, 2026
Homeଓଡିଶାସୁନ୍ଦରଗଡ଼ ଛାତ୍ରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ସୁନ୍ଦରଗଡ଼ ଛାତ୍ରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୀଡ଼ିତାଙ୍କ ମୃତ୍ୟୁ। ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତଦେହ ହସପିଟାଲରେ ଅଛି। ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି, ଅଧିକ ଚିକିତ୍ସା ପାଇଁ ଉଦ୍ୟମ କରାନିଯିବାରୁ ଝିଅର ମୃତ୍ୟୁ ହେଲା। ପରିବାର ଲୋକେ ଝିଅକୁ ଦିଲ୍ଲୀ ଏମ୍ସ ନିଆଯାଉ ବୋଲି ଚାହୁଁଥିଲେ। ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ। ତଥାପି ଏୟାରଲିଫ୍ଟ କରାଯାଇନଥିଲା। ଏହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ଶନିବାର ଏହି କଲେଜ ଛାତ୍ରୀଙ୍କ ଦେହରେ ନିଆଁ ଲାଗିଥିଲା। କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking